Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷାରେ ନକଲି ପ୍ରଶ୍ନପତ୍ର ବାଣ୍ଟିବା ଘଟଣା: ସମ୍ପୃକ୍ତ ୯ ଜଣଙ୍କୁ ବାନ୍ଧିଲା ପୁଲିସ

ନକଲି ପ୍ରଶ୍ନପତ୍ର, ମୋବାଇଲ ସହ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ: ଗତ ୨୦ ତାରିଖରେ ଶେଷ ହୋଇଛି ଦଶମ ବୋର୍ଡ ପରୀକ୍ଷା। ପରୀକ୍ଷା ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିବାବେଳେ ପ୍ରଶ୍ନପତ୍ର ଲିକ ହେବାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଥିଲା। ତେବେ ଦଶମ ଶ୍ରେଣୀ ପରୀକ୍ଷାର ଭୁଲ ପ୍ରଶ୍ନରେ ଭୁଲ ଉତ୍ତର ବାଣ୍ଟିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏତଲା କ୍ରମେ ପୁଲିସ ତନାଘନା ଜାରି କରିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସହ ୮ ଜଣଙ୍କୁ ବାନ୍ଧିଲା କଳାହାଣ୍ଡି କେସିଙ୍ଗା ପୁଲିସ। ନକଲି ପ୍ରଶ୍ନପତ୍ର, ମୋବାଇଲ ସହ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆନ୍ତଃଜିଲ୍ଲା ରାକେଟ ହାତ ଥିବା ସନ୍ଦେହରେ ତଦନ୍ତ ଜାରି ହୋଇଛି।

ଖବର ଅନୁସାରେ, ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା। ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ନେଇ ସୂଚନା ପ୍ରକାଶ ପାଇଥିଲା। ଆସନ୍ତା ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ ସୁରକ୍ଷାରେ ଯିବ। ତେବେ ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ତେବେ ଏନେଇ ବୋର୍ଡ ସଭାପତି ସୂଚନା ଦେଇଥିଲେ।

Leave A Reply

Your email address will not be published.