Odisha Link
Bridging the Missing Links in Odisha

ନିଆଳିରେ ପୁଣିଥରେ ଅଜଣା ଜନ୍ତୁ ଆତଙ୍କ, ୩ ମେଣ୍ଢା ମୃତ

ବାରମ୍ଵାର ଏପରି ମେଣ୍ଢାଙ୍କ ମୃତ୍ୟୁ ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟର ଛାୟା ଖେଳିଯାଇଛି।

ଓଏଲ୍‌ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କିତ ସ୍ଥାନୀୟ ଲୋକେ। ନିଆଳି କଣ୍ଟାପଡ଼ାରେ ପୁଣି ଅଜଣା ଜନ୍ତୁ ଆତଙ୍କ ହୋଇଥିବା ଜଣା ପଡିଛି। ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ନାହାକପୁର ପଞ୍ଚାୟତ ଗୁଣାଦୋଳ ଗାଁର ପଞ୍ଚାନନ ଚୌଧୁରୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବାରମ୍ଵାର ଏପରି ମେଣ୍ଢାଙ୍କ ମୃତ୍ୟୁ ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟର ଛାୟା ଖେଳିଯାଇଛି।

ଖବର ଅନୁସାରେ, ଗତ ମାର୍ଚ୍ଚ ୧୩ରେ କଣ୍ଟପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀସାହିରେ ମେଣ୍ଡା ମରୁଥିବା ଜଣା ପଡିଥିଲା। ମେଣ୍ଢା ପାଳନ କରୁଥିବା ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ସନ୍ଦେହ ଘରେ ରହିଥିଲା। ତେବେ ବାରମ୍ବାର କିଏ ମେଣ୍ଢାଙ୍କୁ ମାରୁଛି ତାହା ଜଣାପଡ଼ିନଥିବା ବେଳେ, ମେଣ୍ଢା ମାରୁଥିବା ଜନ୍ତୁକୁ ଧରିବା ପାଇଁ ଟ୍ରାପ୍‌ କ୍ୟାମେରା ଓ ଯନ୍ତା ବସାଇଛି ବନ ବିଭାଗ। କିଛି ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳିରେ ସହ ସହ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.