Odisha Link
Bridging the Missing Links in Odisha

ଆଜି ବିଶ୍ଵ ଜଳ ଦିବସ

ପିଇବା ପାଣିକୁ ଯଦି ଏହିପରି ଭାବେ ଅପଚୟ କରାଯାଏ ତେବେ ଆଗାମୀ ପିଢ଼ିରେ ଜଳାଭାବର ସମସ୍ୟ ଦେଖାଯିବ ବୋଲି କୁହାଯାଉଛି।

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ଜଳ ଦିବସ। ସବୁ ଜୀବ ଜଳରୁ ସୃଷ୍ଟି, ତେଣୁ ଜଳ ହିଁ ଜୀବନ ବୋଲି ଆମେ ସମସ୍ତେ ଜାଣିଛୁ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଉଛି। ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍‌ ହେଉଛି “ଜଳ ଏବଂ ପରିମଳ ସଙ୍କଟ ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା”। ତେବେ ମାନବ ଜୀବନରେ ଜଳର ଆବଶ୍ୟକତା କେତେ, ଆମେ ସମସ୍ତେ ଜାଣି ସାରିଛେ।

ପୃଥିବୀ ପୃଷ୍ଟ ୭୧ ପ୍ରତିଶତ ଜଳରେ ଆଚ୍ଛାଦିତ। ୧.୬ ପ୍ରତିଶତ ଜଳ ଭୂମି ତଳୁ ମିଳିଥାଏ। ପୃଥିବୀ ପୃଷ୍ଠରେ ମିଳୁଥିବା ଜଣ ମଧ୍ୟରୁ ୯୭ ପ୍ରତିଶତ ଜଳ ସମୁଦ୍ର ଏବଂ ମହାସାଗରରେ ରହିଛି, ଯାହା ପିଇବା ପାଇଁ ଉପଯୋଗୀ ନୁହେଁ। ତେବେ କେବଳ ୩ ପ୍ରତିଶତ ଜଳ ପାନୀୟ ଯୋଗ୍ୟ ବୋଲି ସମସ୍ତେ ଜାଣିବା ଆବଶ୍ୟକ। ତେବେ ଜଳକୁ ନେଇ ବିଭିନ୍ନ ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ପିଇବା ପାଣିକୁ ଯଦି ଏହିପରି ଭାବେ ଅପଚୟ କରାଯାଏ ତେବେ ଆଗାମୀ ପିଢ଼ିରେ ଜଳାଭାବର ସମସ୍ୟ ଦେଖାଯିବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ୧୯୯୨ ମସିହାରେ ପ୍ରଥମ ଥର ପାଇଁ ବ୍ରାଜିଲ୍‌ର ରିଓ ଦି ଜେନେରିଓରେ ଆୟୋଜିତ ପରିବେଶ ଏବଂ ବିକାଶ ସମ୍ମିଳନୀ କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରିବାର ପଦକ୍ଷେପ ନିଆଯାଇଥିଲା। ବିଶ୍ୱବ୍ୟାପୀ ଜଳ ଦିବସ ପାଳନ କରିବାର କଳ୍ପନା ୧୯୯୨ ମସିହାରେ ଉପସ୍ଥାପିତ ହୋଇଥିଲା। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୯୨ ମସିହାରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଯାହା ଦ୍ୱାରା ପ୍ରତିବର୍ଷ ୨୨ ମାର୍ଚ୍ଚରେ ‘ବିଶ୍ୱ ଜଳ ଦିବସ’ ପାଳନ କରିବାକୁ ଘୋଷଣା କରାଯାଇଥିଲା।

ପ୍ରଥମ ଥର ପାଇଁ ୧୯୯୩ ରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଥିଲା। ୧୯୯୩ ଠାରୁ ଜଳ ସଂରକ୍ଷଣ ଏବଂ ଏହାର ଗୁରୁତ୍ୱକୁ ବୁଝାଇବା ନେଇ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି। ବଢୁଥିବା ଜନସଂଖ୍ୟା ଜଳର ଉପଲବ୍ଧତା ପାଇଁ ସାରା ବିଶ୍ୱରେ ପ୍ରୟାସ କରାଯାଉଛି। ବିଶ୍ୱ ଜଳ ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱର ସମସ୍ତ ଦେଶର ଲୋକଙ୍କୁ ବିଶୁଦ୍ଧ ଏବଂ ନିରାପଦ ଜଳ ଯୋଗାଇବା ସହିତ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ଦେବା। ଜଳକୁ ପ୍ରାଧାନ୍ୟ ଦେଇ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଉଛି।

Leave A Reply

Your email address will not be published.