Odisha Link
Bridging the Missing Links in Odisha

ବୃଦ୍ଧି ହେଲା ଆଧାର କାର୍ଡ ସହ ଭୋଟର ପରିଚୟ ପତ୍ରର ଲିଙ୍କ ଅବଧି

ବୃଦ୍ଧି ହେଲା ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ ଅବଧି

ଓଏଲ୍‌ ବ୍ୟୁରୋ: ନିଜର ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ କରିବାକୁ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ କରିବା ପାଇଁ ଏକ ସମୟସୀମା ସ୍ଥିର କରାଯାଇଥିଲା। ହେଲେ ସେ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୧ ସୁଦ୍ଧା ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ ନେଇ ଚୂଡ଼ାନ୍ତ ସମୟସୀମା ଲାଗୁ କରାଯାଇଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇଛି। ଏପ୍ରିଲ ୧ ସୁଦ୍ଧା ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ କରିବାର ଅବଧିକୁ ପରିବର୍ତନ କରି ଆସନ୍ତା ବର୍ଷ ମାର୍ଚ୍ଚ ୩୧କୁ ଡେଡଲାଇନ ରଖିଛନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.