Odisha Link
Bridging the Missing Links in Odisha

ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗ: କୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ

ଅନୁଭବଙ୍କୁ ପ୍ରତିକୂଳ ମନ୍ତବ୍ୟରୁ ବାରଣ ପାଇଁ ଆବେଦନ ଖାରଜ ହୋଇଯାଇଛି।

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଷ୍ଟାର ଦମ୍ପତି ଅନୁଭବ-ବର୍ଷାଙ୍କୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥିଲା। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ନିଜର ଅନେକ ମନ୍ତବ୍ୟ ମଧ୍ୟ ରଖିବାର ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଆବେଦନ କରିଥିଲେ। ବର୍ଷାଙ୍କ ପକ୍ଷରୁ ଦାୟର ଆବେଦନ ହାଇକୋର୍ଟ କରିଥିବା ଜଣା ପଡିଛି। ଅନୁଭବଙ୍କୁ ପ୍ରତିକୂଳ ମନ୍ତବ୍ୟରୁ ବାରଣ ପାଇଁ ଆବେଦନ ଖାରଜ ହୋଇଯାଇଛି।

ପୂର୍ବରୁ ଗତ ମାର୍ଚ୍ଚ ୧୪ ଅପରାହ୍ନରେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ପୁଣିଥଣେ ଚର୍ଚ୍ଚାର ପରିସରକୁ ଆସିଥିଲା। ସୋସିଆଲ ମିଡିଆର ସାହାର ନେଇ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଜୀବନରୁ ଏବଂ ତାଙ୍କ ପରିବାରଠାରୁ ଦୂରେଇ ଯିବା ପାଇଁ ହାତ ଯୋଡ଼ି ନିବେଦନ କରିଥିଲେ।

ସୋସିଆଲ ମିଡିଆରେ ଅନୁଭବ ଲେଖିଥିଲେ, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି। ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ। ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି। ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ। ମହାପ୍ରଭୁ ତୁମର ମଙ୍ଗଳ କରିବେ…। ସୋସିଆଲ ମିଡିଆରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଥିଲେ। ଅନ୍ୟପଟେ, ଷ୍ଟାର ଯୋଡ଼ି ଅନୁଭବ-ବର୍ଷାଙ୍କ ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି। ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି।

Leave A Reply

Your email address will not be published.