Odisha Link
Bridging the Missing Links in Odisha

ଇଡି ଜାଲରେ କେଶରୀ ରିଅଲ ଇଷ୍ଟେଟ କାର୍ଯ୍ୟାଳୟ

କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିବାର ଅଭିଯୋଗ ସାମ୍ନାକୁ ଆସିଥିଲା।

ଓଏଲ୍‌ ବ୍ୟୁରୋ : କେଶରୀ ରିଅଲ ଇଷ୍ଟେଟ କାର୍ଯ୍ୟାଳୟରେ ଇଡିର ଚଢ଼ାଉ ଜାରି ରହିଛି। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘର ସମେତ ଏକକାଳୀନ ତିନିଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ରାଜଧାନୀର କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବ୍ରହ୍ମପୁର ସ୍ଥିତ ଘରେ ଇଡି ପକ୍ଷରୁ ରେଡ କରାଯାଇଛି।

ଖବର ଅନୁସାରେ, କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିବାର ଅଭିଯୋଗ ସାମ୍ନାକୁ ଆସିଥିଲା। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ଅକ୍ଷୟ କୁମାର ଚୌଧୁରୀ ୨୦୦୮ରୁ ୨୦୧୯ ମଧ୍ୟ‌ରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ ୧୮ଜଣଙ୍କ ଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିଥିଲେ। ଏହି ଅଭିଯୋଗ ଆଧାରରେ ନିଜ ଆଡୁ ମାମଲା କରି ୨୦୨୦ ମସିହାରେ ଅକ୍ଷୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବାବେଳେ ବର୍ତମାନ ତାଙ୍କ କାର୍ଯ୍ୟାଳୟ ସହ ଘର ମଧ୍ୟ ରେଡ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.