Odisha Link
Bridging the Missing Links in Odisha

ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ରାହୁଲ ଗାନ୍ଧିଙ୍କ ପଦ ରଦ୍ଦ ପରେ ହୋହାଲ୍ଲା

କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୨୦ ମିନିଟ ମୁଲତବି ରଖିଲେ ବାଚସ୍ପତି।

ଓଏଲ୍‌ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ଅନେକ ପ୍ରସଙ୍ଗକୁ ନେଇ ଶାସକ- ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବା ଜଣା ପଡିଥିଲା। ତେବେ ଏହାରି ମଧ୍ୟରେ ଆଜି ରାହୁଲ ଗାନ୍ଧୀଙ୍କ ପଦ ରଦ୍ଦ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କରିଥିବା ଜଣା ପଡିଛି। ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦକୁ ନେଇ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୨୦ ମିନିଟ ମୁଲତବି ରଖିଲେ ବାଚସ୍ପତି।

ଖବର ଅନୁସାରେ, କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଛି। ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ଦାଏର ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହି ମାମଲାରେ ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ।

‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷେ, ଏହି ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ୩୦ ଦିନ ପାଇଁ ଜାମିନ ମିଳିସାରିଥିଲା। ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ପରେ ତାଙ୍କୁ ଜାମିନ ମିଳିଥିଲା, ହେଲେ ବର୍ତମାନ ତାଙ୍କ ଲୋକସଭା ସାଂସଦ ପଦବୀ ଚାଲିଯାଇଥିବା ଜଣା ପଡିଛି। ତେବେ ଏ ନେଇ କଂଗ୍ରେସକୁ ବଡ଼ ଝଟକା ଲାଗିଛି।

Leave A Reply

Your email address will not be published.