Odisha Link
Bridging the Missing Links in Odisha

ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ କରାଯିବ: ଶିଳ୍ପ ମନ୍ତ୍ରୀ

ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୫ରୁ ୪୭ ପ୍ରତିଶତ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଗୃହରେ ବିରୋଧୀ- ଶାସକଦଳ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଜାରି ରହିଥିବାବେଳେ ଶିଳ୍ପ ପୁଞ୍ଜିନିବେଶକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେ କହିଥିଲେ, ପୁଞ୍ଜିନିବେଶରେ ଓଡ଼ିଶା ଆଗରେ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୫ରୁ ୪୭ ପ୍ରତିଶତ। ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆସିଛି ଆଗ୍ରହ ପ୍ରସ୍ତାବ। କାର୍ଯ୍ୟକ୍ଷମ ହେଲେ ଆସିବ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ସୁଯୋଗ।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ୨ଟି ମେକ୍ ଇନ ଓଡ଼ିଶା ସଂସ୍କରଣରେ ୨୮୬ ପ୍ରସ୍ତାଵ ଆସିଥିବା ବେଳେ ମାତ୍ର ୧୫ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ହୋଇ ପାରିଛି ସେମାନେ ତାଙ୍କ କାମ ଆରମ୍ଭ କରିଛନ୍ତି। ମେକ୍ ଇନ୍ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା। ଯେଉଁଥିରେ ୨ଲକ୍ଷ ୩୨ହଜାର ୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା। ମେକ ଇନ ଓଡ଼ିଶା ୨୦୧୮ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିବାବେଳେ ୪ଲକ୍ଷ ୨୩ହଜାର ୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲା। ୧୦ଶିଳ୍ପକୁ ଅନୁମୋଦନ ମିଳିଥିବାବେଳେ ୭୧ ଶିଳ୍ପର କାମ ଚାଲିଛି। ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି। ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି। ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରଣୟନ ହେଉଛି।

ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି। ଏହା କାର୍ୟ୍ୟକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ। ଏଥିରେ ୧୦ ଲକ୍ଷ ୩୭ ହଜାର ୮୦୧ନିଯୁକ୍ତି ସୃଷ୍ଟି ହେବ। ଏ ଯାଏଁ ୧୫୬ ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କାର୍ଯ୍ୟକାରୀ ହେଉଛି। ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ କରାଯିବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

Leave A Reply

Your email address will not be published.