Odisha Link
Bridging the Missing Links in Odisha

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗୁପ୍ତଖାନା ଠାବ, ଜବତ ହେଲା ମାଓ ସାମଗ୍ରୀ

ସୀମା ସୁରକ୍ଷା ଯବାନ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓ ଦମନ ଅପରେସନ ଜାରି କରିଥିଲେ।

ଓଏଲ୍‌ ବ୍ୟୁରୋ: ସୀମା ସୁରକ୍ଷା ଯବାନଙ୍କୁ ମିଳିଛି ବଡ ସଫଳତା। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ଗୁପ୍ତଖାନା ଠାବ ହୋଇଛି। ମାଓ ଦମନ ଅପରେସନ ବେଳେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ଗୁପ୍ତଖାନା ଜବତ କରିଛି ବିଏସଏଫର ୮୮ ବାଟାଲିୟନ ଯବାନ। ମାଓ ଦମନ ଅପରେସନ ବେଳେ ଠାବ ହୋଇଥିବା ଏହି ସ୍ଥାନରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ।

ସୂଚନା ଅନୁସାରେ, ସୀମା ସୁରକ୍ଷା ଯବାନ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓ ଦମନ ଅପରେସନ ଜାରି କରିଥିଲେ। ଏହି ସମୟରେ ମାଓବାଦୀଙ୍କ ଏକ ଗୁପ୍ତଖାନା ଜବତ କରିଛି। ଯେଉଁଠାରେ ପୁଲିସକୁ ଟାର୍ଗେଟ କରି ମାଓବାଦୀ ମାଟି ତଳେ ଗାତ କରି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଗଚ୍ଛିତ କରି ରଖିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ, ଷ୍ଟିଲ ବିଏସଏଫ ଦୁଇଟି, ୧୧ଟି ହ୍ୟାଣ୍ଡ ଗ୍ରେନେଡ, ୨୮ଟି ଡେଟୋନେଟର, ଇନସାସ ମାଗାଜିନ୍, ୱାକିଟକି ଏବଂ ମାଓ ବ୍ୟବହୃତ ସାମଗ୍ରୀ। ତେବେ ଏହାକୁ ଜବତ କରିବାରେ ସଫଳ ହୋଇଛନ୍ତି ବିଏସଏଫ ଯବାନ।

Leave A Reply

Your email address will not be published.