Odisha Link
Bridging the Missing Links in Odisha

ଶିଖରଚଣ୍ଡୀ ପାହାଡ଼ ଉପର ଜଙ୍ଗଲରେ ୪ ହାତୀ

ଭରତପୁର ଜଙ୍ଗଲରୁ ଏହି ହାତୀ ଆସିଥିବା କହିଛନ୍ତି ଚନ୍ଦକା ଡିଏଫଓ ମହମ୍ମଦ ଜମିଲ।

ଓଏଲ୍‌ ବ୍ୟୁରୋ: ହାତୀ ଆକ୍ରମଣ ଆଉ ହାତୀ ମୃତ୍ୟୁକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସ୍ଥିର କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ହାତୀକୁ ନେଇ ଖବର ସାମ୍ନାକୁ ଆସିଛି। ଭୁବନେଶ୍ବର ଶିଖରଚଣ୍ଡୀ ପାହାଡ଼ ଉପରେ ଥିବା ଜଙ୍ଗଲରେ ୪ ହାତୀ ପଶିଆସିଥିବା ସୂଚନା ମିଳିଛି।

ଖବର ଅନୁସାରେ, ଭୁବନେଶ୍ବର ଶିଖରଚଣ୍ଡୀ ପାହାଡ଼ ଉପରେ ଥିବା ଜଙ୍ଗଲରେ ୪ ହାତୀ କାଲି ରାତିରୁ ପଶି ଆସିଥିବା ଜଣା ପଡିଛି। ଏନେଇ ସୂଚନା ଦେଇଛନ୍ତି ଚନ୍ଦକା ଡିଏଫଓ। ତେବେ ଏହି ୪ ହାତୀ ଶିଖରଚଣ୍ଡୀ ପାହାଡ଼କୁ କେଉଁଠାରୁ ଆସିଲା ବୋଲି ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ଭରତପୁର ଜଙ୍ଗଲରୁ ଏହି ହାତୀ ଆସିଥିବା କହିଛନ୍ତି ଚନ୍ଦକା ଡିଏଫଓ ମହମ୍ମଦ ଜମିଲ। ଶିଖରଚଣ୍ଡୀ ପାହାଡ଼ ଉପରେ ଥିବା ଜଙ୍ଗଲରେ ଅଚାନକ ପଶି ଆସିଥିବା ଏହି ୪ ହାତୀଙ୍କ ଉପରେ ନଜର ରଖିଛନ୍ତି ବନ କର୍ମଚାରୀ।

Leave A Reply

Your email address will not be published.