Odisha Link
Bridging the Missing Links in Odisha

ବ୍ରିଜ ନିକଟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଖରସ୍ରୋତାକୁ ଡେଇଁଥିବା ମହିଳାଙ୍କ ମୃତଦେହ ଏନଏଚ-୧୬ ସାହାପୁର ବ୍ରିଜ ନିକଟରୁ ଉଦ୍ଧାର ହୋଇଛି।

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏନଏଚ-୧୬ ସାହାପୁର ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଦେଖି ଉଦ୍ଧାର କରିଥିବା ଜଣା ପଡିଛି।

ଖବର ଅନୁସାରେ, ଗତକାଲି ସାହାପୁର ବ୍ରିଜ ନିକଟରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ଖରସ୍ରୋତାକୁ ଡେଇଁଥିବା ମହିଳାଙ୍କ ମୃତଦେହ ଏନଏଚ-୧୬ ସାହାପୁର ବ୍ରିଜ ନିକଟରୁ ଉଦ୍ଧାର ହୋଇଛି। ତେବେ ମହିଳାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା କୁହାଯାଉଛି।

Leave A Reply

Your email address will not be published.