Odisha Link
Bridging the Missing Links in Odisha

ବେଆଇନ ଗାଡ଼ି ଚଳାଉଥିବା ସ୍କୁଲ୍‌ ପିଲା ସାବଧାନ, କାଲିଠୁ ନିୟମ କଡ଼ାକଡ଼ି

ପିଲା ଧରାପଡ଼ିଲେ ବାଇକ୍‌ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ସାଧାରଣତଃ ବର୍ତ୍ତମାନ ସମସ୍ତେ ଗାଡି ଚଳାଇବାକୁ ଭଲ ପାଉଥିବାବେଳେ ପୂର୍ବାପେକ୍ଷା ପ୍ରତି ଘରେ ଗାଡି ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖାଲି ସେତିକି ନୁହେଁ, ଗାଡି ସଂଖ୍ୟା ତୁଳନାରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗାଡି ଚଳାଉଥିବା ଗାଡି ଚାଳକଙ୍କ ପାଇଁ ଏକ ସ୍ଥିର ବୟସସୀମା ଥିଲେ ମଧ୍ୟ ବୟସ ଆଗରୁ ଅର୍ଥାତ ଛୋଟ ପିଲା ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି।

ଅନେକ ସ୍ଥାନରେ ବିଦ୍ୟାଳୟକୁ ମଧ୍ୟ ସ୍କୁଲ ପିଲା ଗାଡି ନେଇ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ବେଆଇନ ଗାଡି ଚଳାଇବାକୁ ବ୍ୟକ୍ତିଙ୍କୁ ରୋକିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। କାଲିଠୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟକ୍ରମ ରହିଛି।

ବିନା ଲାଇସେନ୍ସରେ ଡ୍ରାଇଭ କରୁଥିଲେ ୨୫ ହଜାର ଜରିମାନା ଦେବାକୁ ପଡିବ। ପିଲା ଧରାପଡ଼ିଲେ ବାଇକ୍‌ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି। ବିଶେଷକରି ବିଦ୍ୟାଳୟର ଆଖପାଖରେ ଯାଞ୍ଚ କଡ଼ାକଡ଼ି ହେବ। ତେବେ ଏନେଇ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.