Odisha Link
Bridging the Missing Links in Odisha

ଗତବର୍ଷ ତୁଳନାରେ ଏବର୍ଷ କମିଛି ହୀରାକୁଦ ଜଳସ୍ତର: ଜଳ ସଂପଦ ବିଭାଗ

ଗତବର୍ଷ ତୁଳନାରେ ହୀରାକୁଦ ଜଳସ୍ତର ୩ ଫୁଟ କମିଥିବା ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସୂଚନା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ : ହୀରାକୁଦ ଜଳସ୍ତରକୁ ନେଇ ଖବର ସାମ୍ନାକୁ ଆସିଛି। ଗତବର୍ଷ ତୁଳନାରେ ଏବର୍ଷ କମିଛି ଜଳସ୍ତର। ଗତବର୍ଷ ଆଜିର ଦିନରେ ଜଳସ୍ତର ଥିଲା ୬୧୯.୯୩ ଫୁଟ୍ ଥିଲା। ତେବେ ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୩୯ ଫୁଟ ରହିଥିବା ଜଣା ପଡିଛି। ଗତବର୍ଷ ତୁଳନାରେ ହୀରାକୁଦ ଜଳସ୍ତର ୩ ଫୁଟ କମିଥିବା ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସୂଚନା ଦେଇଛନ୍ତି।

ପୂର୍ବରୁ ହୀରାକୁଦ ଜଳସ୍ତରକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଏବେ ହୀରାକୁଦ ଜଳସ୍ତର ୬୧୬.୬୯ ଫୁଟ ଅଛି। ହୀରାକୁଦ ଜଳସ୍ତର ଗଲାବର୍ଷ ୬୨୧.୫ ଥିଲା। ୪ ଦିନ ତଳେ ୬୧୭.୫୧ ଥିଲା ହୀରାକୁଦ ଜଳସ୍ତର, ଅର୍ଥାତ୍ ୪ ଦିନକୁ ଫୁଟେ କମୁଛି।

ବିଜୟ ମହାପାତ୍ର ଆହୁରି ମଧ୍ୟ କହିଥିଲେ, ଜୁନ୍ ବେଳକୁ ହୀରାକୁଦ ଡେଡ୍ ଷ୍ଟୋରେଜକୁ ଚାଲିଯିବ। ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା ଇତିହାସରେ ପ୍ରଥମଥର ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।। ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା ଭଳି ଏତେ ବଡ଼ ସମସ୍ୟାର ଖବର କିପରି ସରକାରଙ୍କ ପାଖରେ ନଥିଲା ବୋଲି କହିଥିଲେ ବିଜେପି ନେତା ବିଜୟ ମହାପାତ୍ର।

Leave A Reply

Your email address will not be published.