Odisha Link
Bridging the Missing Links in Odisha

ସନ୍ଦେହ ଘେରରେ କେନ୍ଦୁଝରରୁ ମିଳିଥିବା ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ

କେନ୍ଦୁଝର ଏକ ଆମ୍ବ ଗଛରୁ ମିଳିଲା ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ

ଓଏଲ୍‌ ବ୍ୟୁରୋ : ଗତ କିଛି ଦିନ ତଳେ ପାରାଦୀପରୁ ବାହାରିଥିବା ଏକ ପାରାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସନ୍ଦିଗ୍ଧ ପାରାକୁ ତଦନ୍ତ କରିଯାଇଥିଲା। ପାରାଦୀପରୁ ମିଳିଥିବା ପାରା ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଥିବା ଜଣା ପଡିଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ଆମ୍ବ ଗଛରେ ଗୋଟିଏ ଯନ୍ତ୍ରାଂଶ ଲାଗିଥିବା ବେଳେ, ବେଲୁନ୍ ତଳେ ପଡ଼ି ଫାଟି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଆକାଶ ମାର୍ଗରୁ ଏହି ବେଲୁନ ଗଛରେ ଘଷି ହୋଇ ଫାଟି ଯାଇଥିବା ଅନୁମାନ କରାଯାଉଛି। ମିଳିଥିବା ବେଲୁନ୍ ଓ ଯନ୍ତ୍ରାଂଶ କିଏ ଉଡ଼ାଉଥିଲା ଓ ଏହାର ଉଦ୍ଦେଶ୍ୟ କଣ ହୋଇଥାଇପାରେ ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ଗ୍ରାମବାସୀ ଏନେଇ ତଦନ୍ତ ଜାରି କରିବାକୁ ଦାବି କରିଛନ୍ତି। ସଂଦିଗ୍ଧ ପାରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମିଳିଥିବା ବେଲୁନ୍ ଓ ଯନ୍ତ୍ରାଂଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.