Odisha Link
Bridging the Missing Links in Odisha

ଗିରଫ ହେଲେ ସାମ୍ବାଦିକ ସୁଧାଂଶୁ ରାଉତ

ଏକ ଟିଭି ଚ୍ୟାନେଲ ବିରୋଧରେ ମିଛ ଖବର ପ୍ରସାରଣ କରିବା ଏବଂ ଅଶାଳୀନ ମନ୍ତବ୍ୟ ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ସହିଦ ନଗର ପୁଲିସ।

ଓଏଲ୍‌ ବ୍ୟୁରୋ : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ରଖୁଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ମିଛ ଖବର ପ୍ରସାରଣ ଏବଂ ଅଶାଳୀନ ମନ୍ତବ୍ୟ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୱେବ ଚ୍ୟାନେଲର ସାମ୍ବାଦିକ ସୁଧାଂଶୁ ରାଉତ। ଅଭିଯୋଗ କ୍ରମେ ସୁଧାଂଶୁ ରାଉତଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡିଛି।

କେନ୍ଦୁଝର ବଡବିଲରୁ ସୁଧାଂଶୁଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ୍। ଏକ ଟିଭି ଚ୍ୟାନେଲ ବିରୋଧରେ ମିଛ ଖବର ପ୍ରସାରଣ କରିବା ଏବଂ ଅଶାଳୀନ ମନ୍ତବ୍ୟ ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ସହିଦ ନଗର ପୁଲିସ। ବଡବିଲର ଏକ ଲଜରୁ ତାଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିଥିବା ଜଣା ପଡିଛି।

ଖବର ଅନୁସାରେ, ପୂର୍ବରୁ ସୁଧାଂଶୁ ଆର୍ନ୍ତଜାତୀୟ ଅଲିମ୍ପିକ ଖେଳାଳୀ ଦୂତୀ ଚାନ୍ଦଙ୍କ ବିରୋଧରେ ଏଭଳି ମିଛ ଏବଂ ଅଶାଳୀନ ବ୍ୟବହାର କରି ପୂର୍ବରୁ ଗିରଫ ହୋଇଥିଲେ। ସେଥିପାଇଁ ସେ ପ୍ରାୟ ୬ ମାସ ଝାରପଡା ଜେଲରେ ରହିଥିଲେ। ହେଲେ ଜେଲରୁ ବାହାରିବା ପରେ ପୁଣି ସେଭଳି କାର୍ଯ୍ୟ ଜାରି ରଖିଥିଲେ।

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନକଲି ଲେଟର ପ୍ୟାଡ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରହିଥିବା କୁହାଯାଉଛି। ତେବେ ଏଭଳି କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏକ ୱେବ ଚ୍ୟାନେଲର ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.