Odisha Link
Bridging the Missing Links in Odisha

ପ୍ରଫେସରଙ୍କ ଠାରୁ ୭୫ ଲକ୍ଷ ଠକେଇ ଅଭିଯୋଗ, ଗିରଫ ହେଲେ ଓଲିଉଡ୍ ପ୍ରଯୋଜକ

ସମ୍ପୃକ୍ତ ଅଭିନେତା ଜଣଙ୍କ ହେଲେ ଅଜିତାଭ ମଲ୍ଲିକ।

ଓଏଲ୍‌ ବ୍ୟୁରୋ : ଅଭିନେତା ତଥା ପ୍ରଯୋଜକଙ୍କ ଅତି ଚମତ୍କାର ଅଭିନୟ। ଏମିତି ଅଭିନୟ କଲେ ଯେ ଜଣେ ଅଧ୍ୟାପିକାଙ୍କୁ ଘର ଦେବାକୁ କହି ୭୫ ଲକ୍ଷ ଠକେଇ କରିଦେଲେ। ଘର ବିକ୍ରି ନାଁରେ ଟଙ୍କା ଠକି ଗିରଫ ହେଲେ ଓଡିଆ ଅଭିନେତା ତଥା ପ୍ରଯୋଜକ। ସମ୍ପୃକ୍ତ ଅଭିନେତା ଜଣଙ୍କ ହେଲେ ଅଜିତାଭ ମଲ୍ଲିକ। ସେ ଭୁବନେଶ୍ୱର କୋଳଥିଆ ଅଂଚଳରେ ଡୁପ୍ଲେକ୍ସ ଘର ବିକିବା କହି ଟଙ୍କା ଠକିନେଇଥିବା ଅଭିଯୋଗ କରିଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର। ଅଭିଯୋଗ କ୍ରମେ ପୁଲିସ ତାଙ୍କୁ ଗିରଫ କରିଛି।

ଖବର ଅନୁସାରେ, ଭୁବନେଶ୍ୱର କୋଳଥିଆ ଅଂଚଳରେ ଡୁପ୍ଲେକ୍ସ ଘର କୋଟିଏ ଟଙ୍କାରେ ବିକ୍ରି କରିବାକୁ କହିଥିଲେ ଓଡିଆ ଅଭିନେତା ତଥା ପ୍ରଯୋଜକ ଅଜିତାଭ। ଆସିଷ୍ଟାଣ୍ଟ ପ୍ରଫେସର ଏଥିରେ ରାଜି ହେବାରୁ ପ୍ରଥମେ ୨୫ ଲକ୍ଷ ଟଙ୍କାର ନଗଦ ଦେଇଥିଲେ। ଏହାପରେ ବିଭିନ୍ନ ଆକାରରେ ମୋଟ୍ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଠାରୁ ନେଇଥିଲେ ଅଜିତାଭ। ୪ ବର୍ଷ ତଳେ ଏଗ୍ରିମେଣ୍ଟ କରି ଟଙ୍କା ନେଇଥିଲେ କିନ୍ତୁ ଟଙ୍କା ନେବା ପରେ ଅଜିତାଭ ଘର ଦେଇନଥିଲେ କି ଆଉ ଧରାଛୁଆଁ ଦେଇନଥିଲେ। ୨୦୨୦ ମସିହାରୁ ଟଙ୍କା ନେଇଥିବା ବେଳେ ଏପର୍ଯ୍ୟନ୍ତ ଦେଖା ଦେଉନଥିଲେ। ଏହି ମାମଲାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ କ୍ରମେ ଆଜି ଖଣ୍ଡିଗିରି ପୁଲିସ ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି। ଅଜିତାଭ ଜଣେ ସହ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏଥିସହ ଓଡିଆ ଫିଲ୍ମ ଅରୁନ୍ଧତିର ପ୍ରଯୋଜକ। ଅରୁନ୍ଧତିରେ ସହ କଳାକାର ଭାବେ ଅଭିନୟ ବି କରିଛନ୍ତି ଅଜିତାଭ। ତେବେ ଜଣେ ସହ କଳାକାର ତଥା ପ୍ରଯୋଜକ ହୋଇ ଏଭଳି ଠକେଇ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.