Odisha Link
Bridging the Missing Links in Odisha

‘ଖଣି ଅଞ୍ଚଳ ହୋଇଥିବାରୁ ପାର୍ଟି ଫଣ୍ଡ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି’

ଶିଳ୍ପରୁ କିଭଳି ପଇସା ଅସୁଲ ହେବ, ସେ ଦାୟିତ୍ୱ ନେଇଛନ୍ତି।

ଓଏଲ୍‌ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ନିର୍ବାଚନକୁ ଆଉ ଏକ ବର୍ଷକୁ କମ୍‌ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ।

ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ସର୍ବାଧିକ କ୍ଷମତାଶାଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ତେବେ ବିଜେଡି ସଂଗଠନ ସଂପାଦକଙ୍କୁ ଅନୁଗୁଳ, ସମ୍ବଲପୁର ଦାୟିତ୍ୱ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସଂଗଠନ ପାଇଁ ନୁହେଁ ବରଂ ପାଣ୍ଠି ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଛି। ଖଣି ଅଞ୍ଚଳ ହୋଇଥିବାରୁ ପାର୍ଟି ଫଣ୍ଡ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି। ଖଣି ଖାଦାନ, ଶିଳ୍ପରୁ କିଭଳି ପଇସା ଅସୁଲ ହେବ, ସେ ଦାୟିତ୍ୱ ନେଇଛନ୍ତି। ସେ ପଇସା ନିର୍ବାଚନରେ ଖର୍ଚ୍ଚ ହେବ କି ଘରକୁ ଯିବ, କି କଣ ହେବ ତାହା ଜଣା ନାହିଁ। ବ୍ଲାକରୋଜ କଥା ବାହାରି ନାହିଁ, ଚପି ଯାଇଛି ହେଲେ ପୁଣି ଥରେ ବାହାରିପାରେ ବୋଲି କହିଛନ୍ତି ଜ୍ଞାନରାୟଣ ମିଶ୍ର। ଓଡ଼ିଶାରେ ଦୁର୍ନୀତି ଯେଭଳି ଭାବେ ହେଉଛି, ସିବିଆଇ, ଇଡି ଆସିବା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Leave A Reply

Your email address will not be published.