Odisha Link
Bridging the Missing Links in Odisha

ଇଡି ଜାଲରେ କେଶରୀ ରିଅଲ ଇଷ୍ଟେଟ, ଦେଢ଼ କେଜି ସୁନାଗହଣା ସହ ବହୁ କାଗଜପତ୍ର ଜବତ

ରାଜଧାନୀର କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବ୍ରହ୍ମପୁର ସ୍ଥିତ ଘରେ ଇଡି ପକ୍ଷରୁ ରେଡ କରାଯାଇଥିଲା।

ଓଏଲ୍‌ ବ୍ୟୁରୋ : ଦୁଇ ଦିନ ପୂର୍ବରୁ କେଶରୀ ରିଅଲ ଇଷ୍ଟେଟ କାର୍ଯ୍ୟାଳୟରେ ଇଡି ଚଢ଼ାଉ କରିଥିଲା। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘର ସମେତ ଏକକାଳୀନ ତିନିଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। କେଶରୀ ଇଷ୍ଟେଟର ଭୁବନେଶ୍ୱରରେ ୩ଟି ସ୍ଥାନ ସମେତ ବ୍ରହ୍ମପୁରର ୧ ଜାଗାରେ ରେଡ୍ ହୋଇଛି। ଚଢ଼ାଉବେଳେ ଦେଢ଼ କେଜି ସୁନାଗହଣା ସହ ବହୁ କାଗଜପତ୍ର ଜବତ କରିଛି ଇଡି। ରାଜଧାନୀର କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବ୍ରହ୍ମପୁର ସ୍ଥିତ ଘରେ ଇଡି ପକ୍ଷରୁ ରେଡ କରାଯାଇଥିଲା।

ଖବର ଅନୁସାରେ, କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିବାର ଅଭିଯୋଗ ସାମ୍ନାକୁ ଆସିଥିଲା। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ଅକ୍ଷୟ କୁମାର ଚୌଧୁରୀ ୨୦୦୮ରୁ ୨୦୧୯ ମଧ୍ୟ‌ରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ ୧୮ଜଣଙ୍କ ଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିଥିଲେ। ଏହି ଅଭିଯୋଗ ଆଧାରରେ ନିଜ ଆଡୁ ମାମଲା କରି ୨୦୨୦ ମସିହାରେ ଅକ୍ଷୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବାବେଳେ ବର୍ତମାନ ତାଙ୍କ କାର୍ଯ୍ୟାଳୟ ସହ ଘର ମଧ୍ୟ ରେଡ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.