Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।

ଓଏଲ୍‌ ବ୍ୟୁରୋ : ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକ୍‌ନିକରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ରଗଡ଼ି ସ୍ଥିତ ସରକାରୀ ପଲିଟେକ୍‌ନିକରେ ପାଠ ପଢୁଥିଲେ ଛାତ୍ରୀ ଜଣକ।

ସେ ଇଲେକ୍ଟ୍ରିକାଲ ବିଭାଗର ୩ୟ ବର୍ଷ ଛାତ୍ରୀ ଥିଲେ। ତେବେ ଛାତ୍ରୀଙ୍କ ମୃତଦେହ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.