Odisha Link
Bridging the Missing Links in Odisha

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିଲା ଇପିଏଫଓ ସୁଧହାର

ଗତବର୍ଷ ହ୍ରାସ ପାଇଥିବା ଇପିଏଫଓ ସୁଧହାର ବର୍ତମାନ ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଓଏଲ୍‌ ବ୍ୟୁରୋ : ବୃଦ୍ଧି ପାଇଲା ଇପିଏଫଓ ସୁଧହାର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫଓ ସୁଧହାର ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି। ଗତବର୍ଷ ଇପିଏଫଓ ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୧-୨୨ ପାଇଁ ଇପିଏଫ୍‌ଓ ​​ଘୋଷଣା କରିଥିବା ୮.୧ ପ୍ରତିଶତ ସୁଧ ହାର ସହିତ ଏବର୍ଷର ହାର ପ୍ରାୟ ସମାନ, ୮.୧ ପ୍ରତିଶତ ସୁଧ ହାର ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ରହିଥିଲା।

ସୂଚନା ଅନୁସାରେ, ଏମ୍ଲୋଇ ପ୍ରେଭିଡେଣ୍ଟ୍‌ ଫଣ୍ଡ୍‌ ଅର୍ଗାନାଇଜେସନ୍‌ର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ୨୦୨୨-୨୩ ପାଇଁ ଇପିଏଫ୍‌ ଉପରେ ୮.୧୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଗତବର୍ଷ ହ୍ରାସ ପାଇଥିବା ଇପିଏଫଓ ସୁଧହାର ବର୍ତମାନ ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ସୁଧହାର ବୃଦ୍ଧି ପାଇବାର ନିଷ୍ପତ୍ତି ନିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଇପିଏଫ୍‌ଓ ​​ଜମା ଉପରେ ସୁଧ ହାର ଅନୁମୋଦନ କରିଥାଏ। ଇପିଏଫ୍‌ଓର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଇପିଏଫ୍ ଉପରେ ଅଧିକ ସୁଧ ହାର ଘୋଷଣା କରିବ ବୋଲି ଆଶା କରାଯାଉଥିବା ବେଳେ ଏତେ କମ୍‌ ପ୍ରତିଶତ ଘୋଷଣା କର୍ମଚାରୀଙ୍କ ପାଇଁ ଏକ ନିରାଶାଜନକ କଥା।

Leave A Reply

Your email address will not be published.