Odisha Link
Bridging the Missing Links in Odisha

୭୬୨ କେଜି ଗଞ୍ଜେଇ ଜବତ, ସମ୍ପୃକ୍ତ ଅଭିଯୁକ୍ତ ଫେରାର

ଏହାକୁ ବାହାର ରାଜ୍ୟକୁ ଚାଲାଣ କରାଯିବା ଉଦ୍ଦେଶ୍ୟରେ ରଖାଯାଇଥିଲା।

ଓଏଲ୍‌ ବ୍ୟୁରୋ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଲପୁଟ ଗାଁରୁ ଜଣଙ୍କ ଘରୁ ୩୩ ବସ୍ତାରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ୩୩ ବସ୍ତାରେ ଥିବା ଗଞ୍ଜେଇ ପାଖାପାଖି ୭୬୨ କେଜି ଓଜନର। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଏହି ଗଂଜେଇ ଜବତ କରିଛି ପୁଲିସ।

ଖବର ଅନୁସାରେ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଲପୁଟ ଗାଁର ଖଗପତିଙ୍କ ଘରେ ୭୬୨ କେଜି ଗଞ୍ଜେଇ ଗଚ୍ଛିତ ହୋଇ ରହିଥିଲା। ଏହାକୁ ବାହାର ରାଜ୍ୟକୁ ଚାଲାଣ କରାଯିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ପୁଲିସ୍ ଏ ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ଗତକାଲି ମଧ୍ୟରାତ୍ରରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍‌ର ଏକ ମିଳିତ ଟିମ୍ ଖଗପତିଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପାଖାପାଖି ପୁଲିସ୍ ଖଗପତିଙ୍କ ଘରୁ ୩୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ହେଲେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.