Odisha Link
Bridging the Missing Links in Odisha

ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦକୁ ଆଜୀବନ କାରାଦଣ୍ଡ

୧୭ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନେତା ଅତିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନ୍ୟାୟାଳୟ।

ଓଏଲ୍‌ ବ୍ୟୁରୋ : ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦକୁ ଆଜୀବନ କାରାଦଣ୍ଡ। ବିଏସପି ବିଧାୟକ ରାଜୁ ପାଲ ମର୍ଡର କେସର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ ବଡ଼ ରାୟ। ମାଫିଆ ଆତିକ ଅହମ୍ମଦ, ଭାଇ ଅସରଫ ସମେତ ୨ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପ୍ରୟାଗରାଜ ସ୍ପେଶାଲ ଏମପିଏମଏଲଏ କୋର୍ଟ। ଏହି ଘଟଣାରେ ଅନ୍ୟ ୭ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ୧୭ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନେତା ଅତିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନ୍ୟାୟାଳୟ।

ଖବର ଅନୁସାରେ, ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦ ସହ ତାର ୨ ସହଯୋଗୀକୁ ଦଣ୍ଡାଦେଶ କରିଛନ୍ତି ପ୍ରୟାଗରାଜ କୋର୍ଟ। ଉମେଶ ପାଲ୍ ଅପହରଣ ଓ ହତ୍ୟା ମାମଲାରେ ଅତିକଙ୍କୁ ଦଣ୍ଡାଦେଶ ଦିଆଯାଇଥିବା ସୂଚନା ମିଳିଛି। ଥରେ ଏମପି, ୫ ଥର ବିଧାୟକ ଥିବା ଅତିକ ନାଁରେ ୧୦୦ରୁ ଅଧିକ ମାମଲା ରହିଛି।

୨୦୦୬ରେ ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦ ଓ ତାର ସହଯୋଗୀ ଉମେଶ ପାଲକୁ ଅପହରଣ ଓ ପରିବାରକୁ ହତ୍ୟା ଧମକ ଦେଇଥିଲେ। ଏହାସହ ଉମେଶକୁ କୋର୍ଟରେ ମିଛ ବୟାନ ଦେବାକୁ ଧମକ ଦେଇଥିଲେ। ୨୦୦୭ରେ ଉତ୍ତରପ୍ରଦେଶରେ ମାୟାବତୀ ସରକାର ଆସିବା ପରେ ଅତିକ ଓ ଅସରଫ ସମେତ ୧୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ କ୍ରମେ ତଦନ୍ତ ହୋଇ ଗିରଫ କରାଯାଇଥିଲା। ବର୍ତମାନ ଅତିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Leave A Reply

Your email address will not be published.