Odisha Link
Bridging the Missing Links in Odisha

ଜାପାନରେ ଭୂକଂପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧।

ଓଏଲ୍‌ ବ୍ୟୁରୋ : ଭୂକମ୍ପ ଝଟକାରେ ଦୋହଲିଲା ଜାପାନ। ଭୂମିକମ୍ପର ପ୍ରଭାବ ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଛି। ତେବେ ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧।

ଭୂକଂପର ଝଟକା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆତଙ୍କ ଖେଳିଯାଇଛି ତେବେ। ଜାପାନର ହୋକାଇଡୋ ଠାରେ ହୋଇଥିବା ଭୂକଂପର ପ୍ରଭାବରେ କେତେ କ୍ଷୟକ୍ଷତି ହୋଇଛି ତାହାର ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ।

Leave A Reply

Your email address will not be published.