Odisha Link
Bridging the Missing Links in Odisha

ନବ ଦାସଙ୍କ ହତ୍ୟାକାଣ୍ଡରେ ବଡ଼ଲୋକଙ୍କ ସମ୍ପୃକ୍ତି ରହିଛି: ଜୟନାରାୟଣ ମିଶ୍ର

ଗୋପାଳକୁ ପାଗଳ ସଜାଇବାକୁ ସରକାର ପାଗଳ ହେଉଛନ୍ତି ବୋଲି କହିଥିଲେ ନରସିଂହ ମିଶ୍ର।

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ନେତା ଗୃହରେ ନିଜର ବିବୃତି ରଖୁଛନ୍ତି। ତେବେ ଆଜି ଗୃହରେ ପୁଣି ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରତିବାଦ କରିଥିଲେ। ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ହତ୍ୟାକାଣ୍ଡକୁ ୨ ମାସ ପୂରିଲା, କିନ୍ତୁ କାରଣ ସାମ୍ନାକୁ ଆସିଲାନି। ଏଥିରୁ ଓଡ଼ିଶା ପୁଲିସର ପାରିବା ପଣିଆ ଜଣାପଡ଼ିଯାଇଛି। ବିଧାନସଭା ସରିଗଲେ ଏଘଟଣାକୁ ଅନ୍ୟ ଘଟଣା ଭଳି ଚପାଇ ଦେବେ। ଏହି ଘଟଣାରେ ତଦନ୍ତର କୌଣସି ସମୟ ସୀମା ନାହିଁ। ଘଟଣାରେ ବଡ଼ଲୋକଙ୍କ ସମ୍ପୃକ୍ତି ଥିବାରୁ ସରକାର ତଦନ୍ତ କରୁ ନାହାନ୍ତି।

ଅନ୍ୟପଟେ, ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିଜେପି ନାରାବାଜି କରିଥିବାବେଳେ ନବ ଦାସ ଓ ଫେକ୍ ସାର୍ଟିଫିକେଟ ପ୍ରସଙ୍ଗରେ କଂଗ୍ରେସ ନାରାବାଜି କରିଥିଲା। ଗୋପାଳକୁ ପାଗଳ ସଜାଇବାକୁ ସରକାର ପାଗଳ ହେଉଛନ୍ତି ବୋଲି କହିଥିଲେ ନରସିଂହ ମିଶ୍ର। ଗୃହରେ ବିରୋଧୀଙ୍କ ନାରାବାଜି ପାଇଁ ଗୃହ କିଛି ମିନିଟ ପାଇଁ ଅଚଳ ହୋଇଥିବାବେଳେ ୧୦ ମିନିଟ ମୁଲତବି ରଖାଯାଇଥିଲା।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏଥିମଧ୍ୟରେ ପାଖାପାଖି ୨ମାସ ଶେଷ ହୋଇଛି। ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଦିନ କାଟୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ହେଲେ ହତ୍ୟାର ଏତେ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସାମ୍ନାକୁ ଆସିପାରିନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ।

ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଆସନ୍ତା ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ଏପ୍ରିଲ।

Leave A Reply

Your email address will not be published.