Odisha Link
Bridging the Missing Links in Odisha

ବଳଦକୁ ଖାଇଲା ବାଘ, ଆତଙ୍କିତ ଲୋକେ

ଘଟଣାସ୍ଥଳରେ ବନ କର୍ମଚାରୀ ପହଂଚି ତଦନ୍ତ ଜାରି କରିଛନ୍ତି।

ଓଏଲ୍‌ ବ୍ୟୁରୋ : ବାଘ ସୃଷ୍ଟି କରିଛି ଆତଙ୍କ। ନୂଆପଡ଼ାରେ ବାଘ ଭୟରେ ଗ୍ରାମବାସୀ। ବାଘ ଆକ୍ରମଣରେ ପୁଣି ଏକ ବଳଦର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନାବେଡ଼ା ଅଭୟାରଣ୍ୟ ଜଲମଡ଼େଇ ଗାଁରେ ଏକ ବଳଦକୁ ରାତିରେ ବାଘ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ବନ କର୍ମଚାରୀ ପହଂଚି ତଦନ୍ତ ଜାରି କରିଛନ୍ତି। ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଙ୍କୁ ନେଇ ଭୟବିତ୍ତ ଅଛନ୍ତି।

ପୂର୍ବରୁ, ଗତ ୨୯ରେ ନୂଆପଡ଼ା ଦରିଆ ମହୁଆଭଟା ଗାଁରେ ଗାଈକୁ ବାଘ ମାରିଥିବା ଅଭିଯୋଗ ଲୋକେ ଆଣିଥିଲେ। ଜଙ୍ଗଲକୁ ଗାଈ ଚରି ଯାଇଥିବା ବେଳେ ବାଘ ମାରିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଗତ ମାର୍ଚ୍ଚ ୧୪ରେ ମଧ୍ୟ ସେ ଗ୍ରାମରେ ଭାଗରଥି ଭୋଇଙ୍କ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଥିଲେ। ବାଘ ଭୟରେ ଲୋକେ ଘରୁ ବିଶେଷ ବାହାରୁନଥିବା ଜଣା ପଡିଛି।

Leave A Reply

Your email address will not be published.