Odisha Link
Bridging the Missing Links in Odisha

ବାସୁଦେବପୁରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା

ତେବେ ପାରାକୁ ଉଦ୍ଧାର କରି ତଦନ୍ତ କରାଯାଇଥିଲା।

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଏବେ ଅଜଣା ପାରାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବାରମ୍ଵାର ରାଜ୍ୟରେ କେତୋଟି ଜିଲ୍ଲାରେ ସଂଦିଗ୍ଧ ପାରା ମିଳିଥିବା ଖବର ସାମ୍ନାକୁ ଆସିଛି। ତେବେ ଆଉ ଏକ ପାରା ବାସୁଦେବପୁର ବାଲିମେଦ ଅଞ୍ଚଳରୁ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ପାରାର ଗୋଡ଼ରେ ପିତ୍ତଳ ରିଙ୍ଗ୍‌ରେ କିଛି ଲେଖା ରହିଛି। ସ୍ଥାନୀୟ ଲୋକ ସଂଦିଗ୍ଧ ପାରାକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ପୂର୍ବରୁ, ପାରାଦୀପରୁ ପୁରୀ ସମୁଦ୍ରକୁ ମାଛ ମାରିବାକୁ ଆସିଥିବା ଏକ ଟ୍ରଲର ଉପରେ ବସିଥିବା ଗୋଟିଏ ପାରାକୁ ମତ୍ସ୍ୟଜୀବୀମାନେ ଧରିଥିଲେ। ପରେ ଏହାକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏହି ପାରାର ଗୋଡ଼ରେ ଜିପିଏସ୍ ଚିପ୍ ଓ ଖୁପିଆ କ୍ୟାମେରା ଲାଗିଥିଲା। ତେବେ ପାରାକୁ ଉଦ୍ଧାର କରି ତଦନ୍ତ କରାଯାଇଥିଲା।

କିଛି ଦିନ ପରେ ପୁଣି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ପତି ସାହିରୁ ଅଞ୍ଚଳରୁ ମିଳିଥିଲା ଏକ ସନ୍ଦିଗ୍ଧ ପାରା। ଉଦ୍ଧାର ହୋଇଥିବା ପାରା ଗୋଡ଼ରେ ରହିଥିଲା ପିତ୍ତଳ ଓ ପ୍ଲାଷ୍ଟିକ ଟ୍ୟାଗ୍। ପାରା ଗୋଡ଼ରେ ପିତଳ ଟ୍ୟାଗରେ ଇଂରାଜୀରେ ରେଡି ବିଏସପି ଡିଏନ ଲେଖାଯାଇଥିଲା। ମିଳିଥିବା ଆଉ ଏକ ଟ୍ୟାଗରେ ଇଂରାଜୀରେ ୩୧ ଲେଖା ରହିଥିଲା। ତେବେ ବାରମ୍ବାର ଏଭଳି ପାରା ଉଦ୍ଧାର ହେଉଥିବାରୁ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.