Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ଦୁଇ ମହିଳା ମୃତ

ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ମହିଳା ନିଜକୁ ବଞ୍ଚାଇ ପାରିନଥିଲେ

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳ ଦୁଦୁରକୋଟ ବାଘୁଆ ସାହିରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ମହିଳାଙ୍କୁ ହାତୀ କଚାଡି ମାରି ଦେଇଛି। ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ମହିଳା ଦୁହିଁଙ୍କ ଉପରେ ହାତୀ ଆକ୍ରମଣ କରିଥିଲା। ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ମହିଳା ନିଜକୁ ବଞ୍ଚାଇ ପାରିନଥିଲେ। ହାତୀ ଆକ୍ରମଣକୁ ନେଇ ଢେଙ୍କାନାଳ ହିନ୍ଦୋଳ ଦୁଦୁରକୋଟ ବାଘୁଆ ସାହିରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି।