Odisha Link
Bridging the Missing Links in Odisha

୯ ବର୍ଷର ନାବାଳକକୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ ସହ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କଣ୍ଟାବାଂଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍

ଓଏଲ୍‌ ବ୍ୟୁରୋ: ୨୦୨୧ରେ ଜମିଜମା ବିବାଦରୁ ନାବାଳକକୁ ବିଲ ମଝିରେ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ପରେ କୋର୍ଟ ଚାଲାଣ ହୋଇଥିଲା ଅଭିଯୁକ୍ତ। ବର୍ତମାନ ଏହି ଘଟଣାର ଶୁଣାଣି କରି କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଘୋଷଣା କରିଛି।

ଖବର ଅନୁସାରେ, କଣ୍ଟାବାଂଜିରେ ଗତ ୨୦୧୧ରେ ଜଣେ ୯ ବର୍ଷର ନାବାଳକକୁ ହତ୍ୟା କରିଥିଲେ ଦୁର୍ବୁତ୍ତ। ଏହା ନେଇ ଅଭିଯୋଗ ପରେ ହତ୍ୟାକାରୀ ଜିତନ ପୋଢକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ ସହ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କଣ୍ଟାବାଂଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍।

Leave A Reply

Your email address will not be published.