କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ୭ ମୃତ
ରାତି ୨ଟାରେ ଏକ ବୋଲେରୋରେ ଡ୍ରାଇଭର ସମେତ ୧୧ ଜଣ ଝାରସୁଗୁଡ଼ାକୁ ଫେରୁଥିବା ବେଳେ ଶାସନ କେନାଲରେ ଏହି ଦୁର୍ଘଟଣା ଘଟିଥିଲା।
ଓଏଲ୍ ବ୍ୟୁରୋ : ସମ୍ବଲପୁରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ କେନାଲକୁ ଖସି ବରଯାତ୍ରୀ ଗାଡି ଦୁର୍ଘଟଣାର ସମ୍ମୁଖୀନ ହେବା ଦ୍ୱାରା ୭ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡିଚାଳକର ପତ୍ତା ମିଳିନାହିଁ।
ଖବର ଅନୁସାରେ, ସମ୍ବଲପୁର ଶାସନ କେନାଲରେ ବରଯାତ୍ରୀ ଗାଡି ଖସି ଦୁର୍ଘଟଣା ଘଟିଛି। ରାତି ୨ଟାରେ ଏକ ବୋଲେରୋରେ ଡ୍ରାଇଭର ସମେତ ୧୧ ଜଣ ଝାରସୁଗୁଡ଼ାକୁ ଫେରୁଥିବା ବେଳେ ଶାସନ କେନାଲରେ ଏହି ଦୁର୍ଘଟଣା ଘଟିଥିଲା। ପାଣିରେ ବୁଡ଼ି ଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଘର ଝାରସୁଗୁଡା ବଡଧରା ଗାଁରେ। ମୃତକମାନେ ହେଲେ ସୁମନ୍ତ ଭୋଇ, ସୁବଳ ଭୋଇ, ଅଜିତ ଖମାରୀ, ସରୋଜ ସେଠ୍, ରମାକାନ୍ତ ଭୟଁର ଓ ଦିବ୍ୟ ଲୁହା।