Odisha Link
Bridging the Missing Links in Odisha

ଦୟାନଦୀ କୂଳରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

କିଛି ସମୟ ପରେ ନଦୀର ଏକ ପାର୍ଶ୍ୱରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଓଏଲ୍‌ ବ୍ୟୁରୋ: ଦୟାନଦୀ ନେଲା ଜୀବନ। ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୟା ନଦୀରେ ଭାସି ଯାଇଥିବା ନାବାଳକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ଅଗ୍ନିଶମ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି। ଉଦ୍ଧାର ପାଇଁ ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। କିଛି ସମୟ ପରେ ନଦୀର ଏକ ପାର୍ଶ୍ୱରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖବର ଅନୁସାରେ, ଗତକାଲି ଅପରାହ୍ଣରେ ୪ ଜଣ ନାବାଳକ ଦୟାନଦୀକୁ ଗାଧୋଇବାକୁ ଆସିଥିଲେ। ନିଜେ ପହଁରା ଜାଣିଥିବା ନେଇ ବାହାଦୂରୀ ବି ମାରିଥିଲେ। ଏହାପରେ ସାଙ୍ଗମାନଙ୍କ ଆଗରେ ପହଁରୁ ପହଁରୁ ନଦୀ ସ୍ରୋତରେ ପଡ଼ିଗଲେ ନାବାଳକ। ଚାହୁଁ ଚାହୁଁ ନିଖୋଜ ହୋଇ ଯାଇଥିଲେ। ନିଖୋଜ ନାବାଳକ ଜଣଙ୍କ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ।

ନିଖୋଜ ହୋଇଥିବା ନାବାଳକ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ ନାବାଳକଙ୍କ ସାଙ୍ଗମାନେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ରାତି ୧୦ଟା ଯାଏ ଖୋଜାଖୋଜି କରିଥିଲେ ବି ନାବାଳକଙ୍କ ପତ୍ତା ପାଇ ପାରି ନ ଥିଲେ। ବର୍ତ୍ତମାନ ତାଙ୍କ ମୃତଦେହ ମିଳିଥିବା ଜଣା ପଡିଛି।

Leave A Reply

Your email address will not be published.