Odisha Link
Bridging the Missing Links in Odisha

ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ

କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ।

ଓଏଲ୍‌ ବ୍ୟୁରୋ: ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ ହୋଇଯାଇଛି। କଟକ ଷ୍ଟେସନରେ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାରବାଟୀ ବିଧାୟକ ଓ ଧାମନଗର ବିଧାୟକ ଉପସ୍ଥିତ ଥିଲେ। ତେବେ ଏହି ରେଳ ଷ୍ଟେସନ ଶୁଭାରମ୍ଭ ପରେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ।

କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ଲୋକଙ୍କଠାରୁ ଡିଜାଇନ ଆହ୍ୱାନ କରାଯାଇଛି। ଲୋକଙ୍କ ମତରେ ସର୍ବଶ୍ରେଷ୍ଠ ଡିଜାଇନକୁ ଅନୁମୋଦନ ପାଇଁ ପଠାଯିବ। ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Leave A Reply

Your email address will not be published.