Odisha Link
Bridging the Missing Links in Odisha

ନିଜର ରାଜନୈତିକ ଏଜେଣ୍ଡା ପାଇଁ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ: ସସ୍ମିତ ପାତ୍ର

ଯେତେବେଳେ ଶତାଧିକ ବିଜେପି କର୍ମୀ ଜବରଦସ୍ତି ଜିଏସଟି ଅଧିକାରୀଙ୍କ କାଗଜପତ୍ର ଛଡାଇ ନେଇଥିଲେ।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡା ପ୍ରତିକ୍ରିୟା ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଟୁଇଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ସସ୍ମିତ କହିଛନ୍ତି, ଓଡ଼ିଶାକୁ ଆଇନ ବିହୀନ ବ୍ରାଣ୍ଡିଂ କରିବା ଶାନ୍ତିପ୍ରିୟ ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି। ନିଜର ରାଜନୈତିକ ଏଜେଣ୍ଡା ପାଇଁ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ। ଆପଣ ଆଇନଶୃଙ୍ଖଳା ଏବଂ ଅପରାଧ ଭିତରେ ଥିବା ପାର୍ଥକ୍ୟ ବୁଝିନାହାଁନ୍ତି।

ପଦ୍ମପୁରରେ ଜିଏସଟି ରେଡ ବେଳେ ଆଇନଶୃଙ୍ଖଳା ପରିସ୍ଥତି ଉପୁଜିଥିଲା। ଯେତେବେଳେ ଶତାଧିକ ବିଜେପି କର୍ମୀ ଜବରଦସ୍ତି ଜିଏସଟି ଅଧିକାରୀଙ୍କ କାଗଜପତ୍ର ଛଡାଇ ନେଇଥିଲେ। ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି, ଜାତୀୟ ରାଜପଥ ଏନଏଚ-୫୫ ଯାହା ସମ୍ବଲପୁର-କଟକ ସଂଯୋଗ ତାହାର କାର୍ଯ୍ୟ ବିଳମ୍ବ ହେବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଥିବା କହିଛନ୍ତି ସସ୍ମିତ ପାତ୍ର।

ଖବର ଅନୁସାରେ, ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ପ୍ରତିକ୍ରିୟା ରଖିଥିଲେ। ଟ୍ବିଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇଏ ହିଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବାସ୍ତବତା। ନବ ଦାସ ହତ୍ୟାକୁ ୨ ମାସ ନ ପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି। ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି। ସାଧାରଣ ନାଗରିକ ଓ ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରିଛି। ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ କମ୍‌ ପଡ଼ିବ। ନାଗରିକଙ୍କ ସୁରକ୍ଷା ପାଇଁ ଆଇନ ଓ ନିରାପତ୍ତା ସୁନିଶ୍ଚିତ କରନ୍ତୁ ସରକାର।

Leave A Reply

Your email address will not be published.