Odisha Link
Bridging the Missing Links in Odisha

ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲା: ତଦନ୍ତ କରିବ ଇଡି

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ବାଇଁଙ୍କ ୨୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଥିବା ଜଣା ପଡିଥିଲା।

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ମାମଲାର ତଦନ୍ତ କରିବ। ରମେଶଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଇଡି। ରିମାଣ୍ଡରେ ନେବା ସହ ରମେଶଙ୍କ ଆର୍ଥିକ ନେଣଦେଣର ତଦନ୍ତ କରିବ ପ୍ରଵର୍ତନ ନିର୍ଦେଶାଳୟ। ତେବେ ଏନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁସାରେ, ନିଜକୁ ଡାକ୍ତର ପରିଚୟ ଦେଇ ୨୭ ଜଣଙ୍କୁ ବିବାହ କରିଥିଲେ ରମେଶ। ସେ ନିଜକୁ ଡାକ୍ତର ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ବାଇଁଙ୍କ ୨୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଥିବା ଜଣା ପଡିଥିଲା।

ବହୁୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରିଥିଲା। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଥିଲା। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଥିଲା। ଏହି ଘଟଣାକୁ ନେଇ ପୂର୍ବରୁ ଇଡି କମିସନରେଟ ପୁଲିସକୁ ତଥ୍ୟ ମାଗିଥିଲା। କମିସନରେଟ ପୁଲିସ ପକ୍ଷରୁ ରମେଶ ସ୍ୱାଇଁଙ୍କର ସବୁ ତଥ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.