‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ରେ ବାଜି ମାରିଲେ ଋଷି ସିଂହ
ସୋ'ରେ ଦେବୋସ୍ମିତା ରାୟ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ଚିରାଗ କୋତୱାଲ ଦ୍ୱି୍ତୀୟ ରନର୍ସଅପ୍ ହୋଇଛନ୍ତି।

ଓଏଲ୍ ବ୍ୟୁରୋ: ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ର ବିଜେତା ହୋଇଛନ୍ତି ଅଯୋଧ୍ୟାର ଋଷି ସିଂହ। ଶେଷ ରାଉଣ୍ଡ ପର୍ଯ୍ୟନ୍ତ ସୋ’ରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ତେବେ ଏହି କଡା ଟକ୍କରରେ ବାଜିମାତ କରିଛନ୍ତି ଅଯୋଧ୍ୟାର ଋଷି ସିଂହ। ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ର ବିଜେତା ଋଷି ସିଂ ହୋଇଥିବାବେଳେ ରନର୍ସଅପ୍ ହୋଇଛନ୍ତି ଦେବୋସ୍ମିତା ରାୟ।
୬ ମାସରୁ ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ରିଆଲିଟି ଶୋ’ରେ କୋଲକାତାର ବିଦିପ୍ତା ଚକ୍ରବର୍ତ୍ତି, ସୋନାକ୍ଷୀ କାରା, ଦେବୋସ୍ମିତା ରାୟ, ଜମ୍ମୁ-କାଶ୍ମୀରର ଚିରାଗ କୋତୱାଲ, ବଦୋଦାରାର ଶିବମ୍ ସିଂ ପ୍ରମୁଖ ଭାଗ ନେଇ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତରପ୍ରଦେଶ ଅଯୋଧ୍ୟାର ଋଷି ସିଂ ବାଜିମାତ କରିଛନ୍ତି।
ଋଷି ସିଂହଙ୍କର ମନ୍ତ୍ରମୁଗ୍ଧ କଣ୍ଠ ସମସ୍ତଙ୍କୁ ଆକର୍ଷିତ କରିଥିବାବେଳେ ସେ ଏହି ସୋ’ର ବିଜେତା ହୋଇଛନ୍ତି। ଏହି ସୋ’ରେ ଦେବୋସ୍ମିତା ରାୟ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ଚିରାଗ କୋତୱାଲ ଦ୍ୱି୍ତୀୟ ରନର୍ସଅପ୍ ହୋଇଛନ୍ତି। ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ ଶୋ’ର ବିଜେତା ହୋଇ ଋଷି ସିଂହ ପୁରସ୍କାର ସ୍ୱରୂପ ଏକ ଟ୍ରଫି ପାଇଥିଲେ। ତା ସହ ୨୫ ଲକ୍ଷ ଟଙ୍କାର ରାଶି ଏବଂ ୧୩ ଲକ୍ଷ ଟଙ୍କାର କାର ପୁରସ୍କାର ସ୍ୱରୂପ ପାଇଛନ୍ତି।