Odisha Link
Bridging the Missing Links in Odisha

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ସାରା ବିଶ୍ବରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଅଧିକରୁ ଅଧିକ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି ସରକାର। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପିଟିବା ପରେ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଟ୍ରେଲର ଡ୍ରାଇଭର ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆଜି ଭୋର ସମୟରେ ଓଆର ୧୪ ୱାଇ ୪୬୧୭ ନମ୍ବର ବିଶିଷ୍ଟ ଗୋଟିଏ ଲୁହାଛଡ ବୋଝେଇ ଗାଡି ରାସ୍ତାରେ ପମ୍ପଚର ହୋଇ ଛିଡା ହୋଇଥିଲା। ଉକ୍ତ ଗାଡିର ଡ୍ରାଇଭର ଟାୟାରର ଲିକ ସଜାଡୁଥିଲେ। ଉକ୍ତ ସମୟରେ ସମାନ ଦିଗରୁ ଆସୁଥିବା ଏକ ଲୁହା ରଡ଼ ଵୋଝେଇ ଟ୍ରେଲର ଟ୍ରକ୍‌ଟିକୁ ଧକ୍କା ଦେଇଥିଲା। ଫଳରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା।

ଗାଡି ଭିତରେ ଥିବା ଡ୍ରାଇଭର ଚାପି ହୋଇ ରହିଯିବାରୁ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ଘଟଣାସ୍ଥଳରେ ସେ ଜଳି ଯାଇ ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣାରେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.