Odisha Link
Bridging the Missing Links in Odisha

ଆମେରିକା ରାଜନୀତିରେ କମ୍ପନ

ଓଏଲ୍‌ ବ୍ୟୁରୋ: ଆମେରିକା ରାଜନୀତିରେ ହଟଚମଟ । ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ସଂପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନ୍ୟୁୟର୍କର ଏକ ଅଦାଲତରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଛି। ହେଲେ ଗିରଫର ଘଣ୍ଟାଏ ପରେ ମିଳିଲା ଜାମିନ୍। ଜାମିନ ପରେ ଫ୍ଲୋରିଡାସ୍ଥିତ ଘରକୁ ଫେରିଛନ୍ତି ଟ୍ରମ୍ପ ।ଏପରିକି କୋର୍ଟରେ ମାମଲା ଶୁଣାଣି ସମୟରେ ବିପକ୍ଷ ଓକିଲ ଟ୍ରମ୍ପଙ୍କ ନାମରେ ୩୪ଟି ଅଭିଯୋଗ ଉପସ୍ଥାପିତ କରିଥିଲେ। ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଟ୍ରମ୍ପ୍‌ ।

ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ, ସେ ୨୦୧୬ରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ଅନୈତିକ ସଂପର୍କରେ ଥିଲେ ଏବଂ ତାଙ୍କୁ ଏହି ମାମଲାରେ ମୁହଁ ନ ଖୋଲିବା ପାଇଁ ୧ ଲକ୍ଷ ୩୦ ହଜାର ଡଲାର ପୈଠ କରିଥିଲେ। ଷ୍ଟର୍ମି ଟ୍ରମ୍ପ୍‌ଙ୍କ ସହ ସଂପର୍କ ନେଇ ସର୍ବସାଧାରଣରେ ତଥ୍ୟ ରଖିବା ପରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଅର୍ଥ ଟ୍ରମ୍ପ୍‌ଙ୍କ ଓକିଲ ମାଇକେଲ କୋହେନ୍‌ଙ୍କ ମାଧ୍ୟମରେ ପୈଠ କରାଯାଇଥିବା ଜଣାପଡ଼ିଥିଲା। ଟ୍ରମ୍ପ୍‌ ଯେତେବେଳେ ଏହି ଅର୍ଥ ମାଇକେଲ କୋହେନ୍‌ଙ୍କୁ ଫେରାଇ ଥିଲେ ସେତେବେଳେ ଏହାକୁ ତାଙ୍କ ଓକିଲଙ୍କ ପାରିଶ୍ରମିକ ଭାବେ ଦର୍ଶାଇଥିଲେ। ଏବେ ଏହି ମାମଲାରେ ଟ୍ରମ୍ପ୍‌ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଥିବାରୁ ଆମେରିକା ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଅଭିଯୋଗର ବିଚାରଣାକୁ ସାମ୍ନା କରିବା ପୂର୍ବରୁ ୭୬ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ଗିରଫ କରାଯାଇଥିଲା। କୌଣସି ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ଆମେରିକା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା। ଗିରଫ କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ତେବେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ନିର୍ଦ୍ଦୋଷ ବୋଲି କହିଛନ୍ତି। ଏପରିକି ସେ କହିଛନ୍ତି, ଯାହା ବି ହେଉଛି ଏହା ଏକ ଷଡ଼ଯନ୍ତ୍ର । ଆଗାମୀ ନିର୍ବାଚନକୁ ଆଖିରେ ରଖି ଏପରି କରାଯାଉଛି। ଆମକୁ ଦେଖି ସାରା ବିଶ୍ବ ହସୁଛି କାରଣ ଆଫଗାନିସ୍ତାନରେ ବହୁମୂଲ୍ୟ ଅସ୍ତ୍ର ଛାଡ଼ି ଆମେରିକା ସେନା ପଳାଇ ଆସିଲା। ଏହା ଆମ ଦେଶ ଇତିହାସରେ ସବୁଠୁ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ଟ୍ରମ୍ପ୍‌ ।

Leave A Reply

Your email address will not be published.