Odisha Link
Bridging the Missing Links in Odisha

ଦିଅର ଆକ୍ରମଣରେ ଭାଉଜ ମୃତ

ଭାଉଜକୁ ଅମାନୁଷିକ ଭାବେ ହତ୍ୟା କଲେ ଦିଅର ଓ ତାଙ୍କ ସ୍ତ୍ରୀ।

ଓଏଲ୍‌ ବ୍ୟୁରୋ: ଯାଜପୁର କପାସଟିକିରି ଗାଁରେ ଘଟିଥିବା ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଭାଉଜକୁ କଟୁରୀରେ ହାଣି ଦିଅର ହତ୍ୟା କରିଥିବା ଜଣ ପଡିଛି। ପାରିବାରିକ କଳହରୁ ନିଜ ଭାଉଜକୁ ଅମାନୁଷିକ ଭାବେ ହତ୍ୟା କଲେ ଦିଅର ଓ ତାଙ୍କ ସ୍ତ୍ରୀ।

ମୃତ ମହିଳା ଜଣକ ହେଲେ ଅନି ନାୟକ। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ନଥିବାବେଳେ ପାରିବାରିକ କଳହ କାରଣରୁ ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.