Odisha Link
Bridging the Missing Links in Odisha

ଡ଼ରାଇଲାଣି କରୋନା ମହାମାରୀ, ୪ ହଜାର ଟପିଲା ଦୈନିକ ସଂକ୍ରମଣ

ଗତ ସପ୍ତାହରେ ଦୈନିକ ସଂକ୍ରମଣ ୩ହଜାରରୁ ଅଧିକ ହୋଇଥିବାବେଳେ ବର୍ତ୍ତମାନ ତାହା ୪ହଜାର ଟପିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ୪ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ଗୋଟିଏ ଦିନରେ ୪୪୩୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କରୋନାରେ ଏବେ ସୁଦ୍ଧା ୨୩ ହଜାର ୯୧ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଗତ ସପ୍ତାହରେ ଦୈନିକ ସଂକ୍ରମଣ ୩ହଜାରରୁ ଅଧିକ ହୋଇଥିବାବେଳେ ବର୍ତ୍ତମାନ ତାହା ୪ହଜାର ଟପିଥିବା ଜଣା ପଡିଛି।

ସୂଚନା ଅନୁସାରେ, ଗତ ସପ୍ତାହରେ ୪୦ ପ୍ରତିଶତ ବଢ଼ିଥିଲା ଦୈନିକ ସଂକ୍ରମଣ। ଦେଶରେ ୩ ହଜାର ୧୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ମଧ୍ୟ ୧୩ ହଜାର ୫୦୯ ଛୁଇଁଥିଲା। ଲଗାତାର କିଛି ଦିନ ହେଲା ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଏବେ ଏହା ୪ ହଜାର ଛୁଇଁଛି। ଗତବର୍ଷ ଅକ୍ଟୋବର ୩ ତାରିଖ ପରଠାରୁ ଏତେ ସଂଖ୍ୟକ ଦୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିଲା। ସଂକ୍ରମଣ ବଢୁଥିବା ରାଜ୍ୟଗୁଡିକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.