Odisha Link
Bridging the Missing Links in Odisha

ବିନା ବୀମାରେ ଗାଡ଼ି ଚଳାଉଥିଲେ ସାବଧାନ, ଆସନ୍ତା ୧୦ରୁ କଡ଼ାକଡ଼ି ଚେକିଂ

ସ୍କୁଲ ଓ କଲେଜ ଆଖପାଖରେ କଡ଼ାକଡ଼ି ଚେକିଂ କରାଯାଇ ବେଆଇନ ଗାଡ଼ି ଚଳାଉଥିବା ନାବାଳକ ଏବଂ ନାବାଳିକାଙ୍କୁ ସାବଡ଼ କରିଥିଲା ପୁଲିସ।

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ଗାଡ଼ି ବୀମା ନଥିବା ଗାଡ଼ି ଚାଳକ ପଡିପାରନ୍ତି ଅସୁବିଧାରେ, କାହିଁକି ନା ଆଗକୁ ରାଜ୍ୟରେ ଗାଡ଼ିର ବୀମା ଯାଞ୍ଚ ହେବ କଡ଼ାକଡ଼ି। ଆସନ୍ତା ୧୦ତାରିଖରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୦ତାରିଖରୁ ୮ସପ୍ତାହ ଧରି କଡ଼ାକଡ଼ି ଭାବେ ଚାଲିବ ଯାଞ୍ଚ। ନିୟମରେ ଉଲ୍ଲଂଘନ କଲେ ବୀମା ରାଶି ଅଧିକ ପଡ଼ିବ ବୋଲି ସୂଚନା ମିଳିଛି।

ଖବର ଅନୁସାରେ, ପୂର୍ବରୁ ଗାଡ଼ି ଚଳାଉଥିବା ନାବାଳକ ଓ ନାବାଳିକାଙ୍କ ପାଇଁ ନିୟମ କଡ଼ାକଡ଼ି ହୋଇଥିଲା। ସ୍କୁଲ ଓ କଲେଜ ଆଖପାଖରେ କଡ଼ାକଡ଼ି ଚେକିଂ କରାଯାଇ ବେଆଇନ ଗାଡ଼ି ଚଳାଉଥିବା ନାବାଳକ ଏବଂ ନାବାଳିକାଙ୍କୁ ସାବଡ଼ କରିଥିଲା ପୁଲିସ। ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ନିୟମ କଡ଼ାକଡ଼ି ହୋଇଛି। ବେଆଇନ ଗାଡ଼ି ଚଳାଉଥିଲେ କିମ୍ବା ବୀମା ନଥିଲେ, ପୁଲିସ ହାତରେ ଧରାପଡ଼ିଲେ ଦଣ୍ଡ ତ ମିଳିବ ତା ସାଙ୍ଗକୁ ତଣ୍ଡ ଗଣିବେ ଗାଡି ମାଲିକ।

Leave A Reply

Your email address will not be published.