Odisha Link
Bridging the Missing Links in Odisha

ଅପରିବର୍ତ୍ତିତ ରହିଲା ରେପୋ ରେଟ, ବୃଦ୍ଧି ହେବନି ଇଏମଆଇ

ଅପରିବର୍ତ୍ତିତ ରହିଲା ରେପୋ ରେଟ।

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି। ରେପୋ ରେଟ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ। ରେପୋ ରେଟ ପରିବର୍ତନ ନହେବାରୁ ଇଏମଆଇ ମଧ୍ୟ ବୃଦ୍ଧି ପାଇବନି ପେଷ୍ଟ ସୂଚନା ମିଳିଛି।

ଖବର ଅନୁସାରେ, ଗତ ୩ ଦିନ ଧରି ଆରବିଆଇର ମନିଟରି ପଲିସି କମିଟିର ବୈଠକ ଜାରି ରହିଥିଲା। ବୈଠକ ପରେ ଆରବିଆଇ ରେପୋ ରେଟ୍ ନବଢିବା ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶର ମୁଦ୍ରାସ୍ପିତି ପରିସ୍ଥିତିକୁ ନଜର ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ତେବେ ପୂର୍ବରୁ ଲଗାତର ୬ଥର ରେପୋ ରେଟରେ ବୃଦ୍ଧି ହୋଇଥିବାବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇନଥିବା ସୂଚନା ମିଳିଛି।

Leave A Reply

Your email address will not be published.