Odisha Link
Bridging the Missing Links in Odisha

୮ କୋଟି ଟଙ୍କା ଠକେଇ ଅଭିଯୋଗ, ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଗିରଫ

ମୋଟ ୮ କୋଟି ଟଙ୍କା ଉଠାଇ ନିଜ ସଂପର୍କୀୟଙ୍କ ନାଁରେ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଜମା କରିଥିବା ଅଭିଯୋଗ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଠକେଇ ଏବଂ ଅର୍ଥ ହେରଫେର ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଫୁଲବାଣୀର ଜଣେ ବ୍ୟାଙ୍କ ଅଫିସର ଗିରଫ ହୋଇଥିବା ଜଣା ପଡିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ। ୮ କୋଟି ଟଙ୍କାର ଋଣ ହେରଫେର ମାମଲାରେ ଆଶୁତୋଷଙ୍କୁ ଇଓଡବ୍ଲୁ ଗିରଫ କରିଛି।

ସୂଚନା ଅନୁସାରେ, ବ୍ୟାଙ୍କ କର୍ମଚାରୀ ଠକେଇ କରୁଥିବା ନେଇ ରିଜିଓନାଲ ମ୍ୟାନେଜର ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଚାକିରି କରିନଥିବା ୫୯ ଜଣଙ୍କ ନାଁରେ ଚାକିରି ଲୋନ୍ ଉଠାଇ ଥିଲେ। ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ୍ ଲୋନ୍ ଉଠାଇଥିଲେ। ମୋଟ ୮ କୋଟି ଟଙ୍କା ଉଠାଇ ନିଜ ସଂପର୍କୀୟଙ୍କ ନାଁରେ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଜମା କରିଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ କ୍ରମେ ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କଲା ଇଓଡବ୍ଲୁ।

Leave A Reply

Your email address will not be published.