Odisha Link
Bridging the Missing Links in Odisha

ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ବସ ଚଳାଚଳ ଆରମ୍ଭ

ବସ ପଣସପୁଟରୁ ଦିନ ୨ଟା ସମୟରେ ବାହାରି ସନ୍ଧ୍ୟା ୭ଟାରେ ମାଲକାନଗିରିଠାରେ ପହଞ୍ଚିବ।

ଓଏଲ୍‌ ବ୍ୟୁରୋ: ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଯାତ୍ରା କରିବା ହେବ ସହଜ। ବସ ଚଳାଚଳ ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଆରମ୍ଭ ହୋଇଛି। ଏହି ବସ ସେବାର ଉଦଘାଟନ କରିଛନ୍ତି ସାଂସଦ ରମେଶ ମାଝୀ ଏବଂ ତାଙ୍କ ଉପସ୍ଥିତ ରହିଥିଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା। ବସ ପ୍ରତିଦିନ ସକାଳ ୬ଟାରେ ମାଲକାନଗିରିରୁ ବାହାରି ଦିନ ୧୦ଟାରେ ପଣସପୁଟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ବସ ପଣସପୁଟରୁ ଦିନ ୨ଟା ସମୟରେ ବାହାରି ସନ୍ଧ୍ୟା ୭ଟାରେ ମାଲକାନଗିରିଠାରେ ପହଞ୍ଚିବ।

ଖବର ଅନୁସାରେ, ଗତ ମାସ ୨୮ରେ ୫ଟି ସଚିବ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାଠାରେ ପହଞ୍ଚିଥିଲେ। ସମୀକ୍ଷା ପରେ ଚିତ୍ରକୋଣ୍ଡାର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ। ବର୍ତ୍ତମାନ ବସ ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ବସ ଚଳାଚଳ ଆରମ୍ଭ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.