ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି, କାର୍ଯ୍ୟକ୍ଷମ ହେଲା କମିଶନରେଟ ପୁଲିସର ସିକ୍ୟୁରିଟି ଡିଭଜନ
ଇମର୍ଜେନ୍ସି ରେସପନ୍ସ ୟୁନିଟ ଏବଂ ଟେକ୍ନିକାଲ ଓ ଲଜିଷ୍ଟିକ ୟୁନିଟ ରହିବ ବୋଲି ନିଷ୍ପତି ନିଆଯାଇଥିବା ଜଣା ପଡିଛି।

ଓଏଲ୍ ବ୍ୟୁରୋ: ସୁରକ୍ଷା ବ୍ୟବସ୍ଥା ଯେତେ କଡ଼ାକଡ଼ି ହେଉଛି ହତ୍ୟା ଏବଂ ଲୁଣ୍ଠନ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ପୁଲିସ ମଧ୍ୟ ଏଥିରେ ନିଜର ଦକ୍ଷତା ଦେଖାଇବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବ ସିକ୍ୟୁରିଟି ଡିଭଜନ। କାର୍ଯ୍ୟକ୍ଷମ ହେଲା କମିଶନରେଟ ପୁଲିସର ସିକ୍ୟୁରିଟି ଡିଭଜନ।
କମିଶନରେଟ ପୁଲିସର ସିକ୍ୟୁରିଟି ଡିଭଜନର ନେତୃତ୍ୱ ନେବେ ଜଣେ କମାଣ୍ଡାଣ୍ଟସ୍ତରୀୟ ଅଧିକାରୀ। ଏଥିରେ ୪ଟି ବିଭାଗ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭିଆଇପି ସିକ୍ୟୁରିଟି, ଷ୍ଟାଟିକ ଏଣ୍ଡ ଭାଇଟାଲ ଇନଷ୍ଟାଲେସନ ସିକ୍ୟୁରିଟି ୟୁନିଟ ରହିବ। ଇମର୍ଜେନ୍ସି ରେସପନ୍ସ ୟୁନିଟ ଏବଂ ଟେକ୍ନିକାଲ ଓ ଲଜିଷ୍ଟିକ ୟୁନିଟ ରହିବ ବୋଲି ନିଷ୍ପତି ନିଆଯାଇଥିବା ଜଣା ପଡିଛି।