Odisha Link
Bridging the Missing Links in Odisha

କଲବଲ କରୁଛି ତାତି: ୪୦ ଡିଗ୍ରି ଉପରେ ଓଡ଼ିଶାର ୨୩ ସହର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ରାଜ୍ୟରେ ଆହୁରି ୪ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି । ଏପରିକି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଅପରାହ୍ନରେ କାଳ ବୈଶାଖୀରେ ବର୍ଷା ହେଲେ ମଧ୍ୟ ତାତି କମିବନିନାହିଁ। ୨୧ ଯାଏଁ ଏଭଳି ସ୍ଥିତି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ ସୂଚନା ଦେଇଛନ୍ତି।

ସକାଳ ୯ଟା ହେବା ମାତ୍ରେ ସୂର୍ଯ୍ୟଙ୍କ ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି।ଆଜି ପୁଣି ଥରେ ରାଜ୍ୟର ୨୩ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସୋମବାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି। କଟକରେ ଏହା ୪୧.୬ ଥିବା ବେଳେ ଭୁବନେଶ୍ୱରରେ ୩୯.୯ ଡିଗ୍ରି ପାରା ଛୁଇଁଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ବୌଦ୍ଧ ଓ ନୂଆପଡ଼ା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୩. ୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୩.୪ ଥିବା ସେହିପରି ତାଳଚେର ଓ ସମ୍ବଲପୁର ରେ ୪୩.୨ ଡିଗ୍ରି ପାରା ପହଞ୍ଚିଛି। ବୌଦ୍ଧ ଓ ଟିଟିଲାଗଡ଼ (୪୨.୫ ଡିଗ୍ରି), ସମ୍ବଲପୁର ଓ ବଲାଙ୍ଗୀର (୪୨.୨ ଡିଗ୍ରି), ଅନୁଗୁଳ ଓ ଟିଟଲାଗଡ଼ (୪୩.୧ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି। ଏଣେ ଆଜି ବଲାଙ୍ଗୀରରେ ୪୩, ସୁନ୍ଦରଗଡ଼ରେ ୪୨.୮, ଭବାନୀପାଟଣାରେ ୪୨.୬, ରାଉରକେଲାରେ ୪୨.୨, ସୋନପୁରରେ ୪୧.୭, ହୀରାକୁଦରେ ୪୧.୬,ଢେଙ୍କାନାଳରେ ୪୧.୪, ପାରଳାଖେମୁଣ୍ଡିରେ ୪୧.୧, ବରଗଡ଼ରେ ୪୦.୮, ନୟାଗଡ଼ରେ ୪୦.୫, କେଉଁଝରରେ ୪୦.୪ ଓ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.