Odisha Link
Bridging the Missing Links in Odisha

ସେଦିନ ଦାଦା ମିଳାଇ ନଥିଲେ ହାତ, ଏବେ ବିରାଟ କଲେ ଏହି କାମ

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିିଗ୍‌ର ସମସ୍ତ ମ୍ୟାଚରେ ପଡ଼ିଆ ଭିତରେ ହେଉ ବା ବାହାରେ କିଛି ନା କିଛି ରୋମାଞ୍ଚ ଦେଖିବାକୁ ମିଳେ। ଆଉ କିଛି ଏଭଳି ଘଟଣା ବି ଘଟିଥାଏ ଯାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୁଏ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଶେଷ ପରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି। କାରଣ ମ୍ୟାଚ ଶେଷ ପରେ ଦୁଇ ଦଳର ଖେଳାଳି ଓ ଷ୍ଟାଫ୍‌ ପରସ୍ପର ହାତ ମିଳାଉଥିବା ବେଳେ ବିରାଟ କୋହିଲି ଓ ଦାଦା ସୌରଭ ଗାଙ୍ଗୁଲି ହାତ ମିଳାଇ ନଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦାଦା ଓ ରନ୍‌ ମେସିନ୍‌ କୋହଲି ହାତ ନ ମିଳେଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଦାଦା ଓ କୋହଲିଙ୍କ ଭିତରେ କିଛି ଠିକ୍‌ ନଥିବା ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏସବୁ ମଧ୍ୟରେ ବିରାଟ କୋହଲି ନିକଟରେ ଇନଷ୍ଟାଗ୍ରାମରେ ସୌରଭ ଗାଙ୍ଗୁଲିଙ୍କୁ ଅନଫଲୋ କରିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର କାରଣ ସାଜିଛି। କୋହଲିଙ୍କ ଇନଷ୍ଟାଗ୍ରାମରେ ୨୪୬ ମିଲିୟନ ଫଲୋର୍ସ ରହିଛନ୍ତି। ସେ ୨୭୬ଜଣଙ୍କୁ ଫଲୋ କରୁଥିଲେ। ଦାଦା ବାଦ ପଡିବା ପରେ ଏବେ ଏହା ୨୭୫ ହୋଇଯାଇଛି।

ସୂଚନାଥାଉକି, ସୌରଭ ଗାଙ୍ଗୁଲି ଯେଉଁ ସମୟରେ ବିସିସିଆଇର ସଭାପତି ଥିଲେ ଠିିକ୍‌ ସେହି ସମୟରେ ବିରାଟ କୋହଲି ତାଙ୍କ ଅଧିନାୟକ ପଦ ହରାଇଥିଲେ। ଏପରିକି ବିରାଟ ଭିଡିଓ ବାର୍ତ୍ତା ଜରିଆରେ ଗାଙ୍ଗୁଲିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ଯାହାଫଳରେ ଦାଦା ଓ ବିରାଟଙ୍କ କଳି ପଦାରେ ପଡ଼ିବାରେ ଲାଗିଛି।

ସବୁଠୁ ବଡ଼କଥା ହେଲା କୋହଲି ଯେଉଁ ନାଟକୀୟ ଢ଼ଙ୍ଗରେ ଅଧିନାୟକ ପଦ ହରାଇଥିଲେ ସେଭଳି ଗାଙ୍ଗୁଲି ମଧ୍ୟ ତାଙ୍କ ପଦରୁ ଅପମାନଜନକ ଭାବେ ବିଦା ହୋଇଥିଲେ। ବିସିସିଆଇ ସଭାପତି ପଦରୁ ହଟିବା ପରେ କୋହଲି ଏବେ ଖୋଲାଖୋଲି ସୌରଭ ଗାଙ୍ଗୁିଲିଙ୍କୁ ବିରୋଧ କରୁଛନ୍ତି।

Leave A Reply

Your email address will not be published.