Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ହିଟ୍‌ୱେଭ୍ ନେଇ ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରାରରେ ସିଝୁଛି ସାରା ରାଜ୍ୟ। ଆଜି ବି ସାରା ରାଜ୍ୟରେ କଲବଲ କରୁଛି ତାତି। ଅସହ୍ୟ ଗରମ ସହ ରାସ୍ତାଘାଟ ଖାଁ ଖାଁ। ପୁଣି ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ଜିଲ୍ଲା। ହିଟ୍‌ୱେଭ୍ ନେଇ ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼କୁ ୱାର୍ଣ୍ଣିଂ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ବଲାଙ୍ଗିର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୂଚନା ଅନୁସାରେ, ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ, ଝାରସୁଗୁଡା ୪୩.୨ଡିଗ୍ରୀ, ଭୁବନେଶ୍ଵର ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ୍। ସମ୍ବଲପୁର ୪୨.୮, ହୀରାକୁଦ ୪୧.୬, ଚାନ୍ଦବାଲି ୪୦.୬ ଡିଗ୍ରୀ। କେନ୍ଦୁଝର ୪୦, ବାଲେଶ୍ଵର ୩୬.୪, ପୁରୀ ୩୪ ଡିଗ୍ରୀ। ଗୋପାଳପୁର ୩୩.୨, ପାରାଦୀପ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି।