Odisha Link
Bridging the Missing Links in Odisha

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି-ବିଜେଡି କଳି

ବିଜେପି ବୋଧ ହୁଏ ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ବଜାୟ ରହୁ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି। ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ଏନେଇ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ବିଜେପିକୁ କଡା ମନ୍ତବ୍ୟ ଦେଇଛନ୍ତି।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା। ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି। ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡ଼ିଶା ବହୁ ଉନ୍ନତ। ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶା ବହୁତ ଉନ୍ନତ ସ୍ଥାନରେ ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ୟୁପି, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଅଧିକ। ଅପରାଜିତା ଷଡଙ୍ଗୀ ଏସବୁ ଉପରେ ହୁଏତ ଅବଗତ ନାହାନ୍ତି ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ଏନ୍ସିଆରବି ରିପୋର୍ଟକୁ ସାଂସଦ ଅପରାଜିତା ଷଡଙ୍ଗୀ ବୋଧେ ପଢିନାହାନ୍ତି ବା ଜାଣି ଶୁଣି ନଜାଣିବା ଭଳି ଅଭିନୟ କରୁଛନ୍ତି। ମହିଳାଙ୍କ ପ୍ରତି ଅସଦାଚରଣ ଓ ହତ୍ୟା ଭଳି ଅପରାଧୀଙ୍କ କାର୍ଯ୍ୟରେ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକର ରେକର୍ଡ ବହୁ ଆଗରେ। ସେସବୁ ରାଜ୍ୟର ବିଫଳତାକୁ ଲୁଚାଇବାକୁ ଅଥବା ଘଣ୍ଟ ଘଉଡାଇବାକୁ ସାଂସଦ ଚେଷ୍ଟା କରୁଛନ୍ତି। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ବିଜେପି ବୋଧ ହୁଏ ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ବଜାୟ ରହୁ। ଆମ ସ୍ୱାଭିମାନକୁ ନେଇ କେହି ପ୍ରଶ୍ନ କଲେ ଏହାକୁ କେହିବି ଗ୍ରହଣ କରିବେ ନାହିଁ। ଏଣୁ ବନ୍ଦ ଡାକରା ଦିଆଯିବା ଓ ଏହାକୁ ସମର୍ଥନ କରି ଦାୟିତ୍ବହୀନ ମନ୍ତବ୍ୟ ଦେଇ କେଉଁଠି ନା କେଉଁଠି ନିଆଁରେ ଘିଅ ଢାଳିଥିବା ସ୍ପଷ୍ଟ ପ୍ରତୀୟମାନ ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର।

ପୂର୍ବରୁ, ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ବିଶ୍ୱହିନ୍ଦୁ ପରିଷଦ ଯେଉଁ ବନ୍ଦ ଡାକରା ଦେଇଛି ତାହା ଦେବା କଥା। ଏପରି ନହେଲେ ସରକାର ଯେଉଁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବା ଆତ୍ମପ୍ରଚାରରେ ଲାଗିଛନ୍ତି ସେଥିରୁ ସେ ଉଠି ପାରିବେ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ଅଛି ଏକଥା ସରକାର ସ୍ୱିକାର କରନ୍ତୁ ବୋଲି କହିଥିଲେ ଭୁବନେଶ୍ୱର ସାଂସଦ।

Leave A Reply

Your email address will not be published.