Odisha Link
Bridging the Missing Links in Odisha

କାଲିଠୁ ନିଖୋଜ ଥିଲେ ଜଣେ ସରକାରୀ କର୍ମଚାରୀ, ଆଜି ମିଳିଲା ଝୁଲନ୍ତା ମୃତଦେହ

ଅନେକ ଖୋଜାଖୋଜି ପରେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାଲିଠୁ ନିଖୋଜ ଥିଲେ ଜଣେ ସରକାରୀ କର୍ମଚାରୀ। ଆଜି ଉଦ୍ଧାର ହେଲା ସରକାରୀ କର୍ମଚାରୀଙ୍କ ମୃତଦେହ। ଅଫିସ ପାଖ କାଜୁଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୁଆଖିଆ ଥାନା ସାରଙ୍ଗପୁର ଗାଁର ଚୈତନ୍ୟ ନାୟକ। ରସୁଲପୁର ପାନୀୟ ଜଳ ବିଭାଗରେ କାମ କରୁଥିଲେ ଚୈତନ୍ୟ। ଅଫିସ ଯାଇ କାଲିଠୁ ଘରକୁ ଫେରି ନଥିଲେ। ଅନେକ ଖୋଜାଖୋଜି ପରେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ ସେ ଆତ୍ମହତ୍ୟା ସନ୍ଦେହ କରାଯାଉଛି।