Odisha Link
Bridging the Missing Links in Odisha

ଅରବିନ୍ଦ କେଜରିୱାଲଙ୍କ ସୁରକ୍ଷାରେ ତ୍ରୁଟି, ବାସଭବନ ପାଖରେ ଉଡ଼ିଲା ଡ୍ରୋନ୍‌

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ପାଖରେ ଡ୍ରୋନ୍‌ ଉଡିଥିବାରୁ ଦିଲ୍ଲୀ ପୁଲିସ ଏନେଇ ତଦନ୍ତ ଜାରି ଆରମ୍ଭ କରିଛି।

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ପାଖରେ ଉଡ଼ିଲା ଡ୍ରୋନ୍‌। ଯାହାକୁ ନେଇ ତାଙ୍କ ସୁରକ୍ଷାରେ ତ୍ରୁଟି ଆସିଥିବା କୁହାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ପାଖରେ ଡ୍ରୋନ୍‌ କୁଆଡୁ ଆସିଲା ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ପାଖରେ ଡ୍ରୋନ୍‌ ଉଡିଥିବାରୁ ଦିଲ୍ଲୀ ପୁଲିସ ଏନେଇ ତଦନ୍ତ ଜାରି ଆରମ୍ଭ କରିଛି।

ଅନ୍ୟପଟେ, ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି। ଏହି କ୍ରମରେ ଏବେ ସିବିଆଇ ପ୍ରସ୍ତୁତ କରିଥିବା ଚାର୍ଜସିଟରେ ସିସୋଦିଆଙ୍କ ନାମ ସାମିଲ କରାଯାଇଛି। ସେପଟେ ସିସୋଦିଆ ମେ’ ପହିଲା ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି।

ଦିଲ୍ଲୀ ଉପରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ରିପୋର୍ଟ ମୁତାବକ ମନୀଷ ସିସୋଦିଆ ଉପ ରାଜ୍ୟପାଳଙ୍କ ମଞ୍ଜୁରୀ ବିନା ଅବକାରୀ ନୀତିର ପରିବର୍ତ୍ତନ କରିଥିଲେ। ଏହାସହ ଦିଲ୍ଲୀ ସରକାର କରୋନା ମହାମାରୀ ନାମରେ ୧୪୪.୩୬ କୋଟି ଟଙ୍କାର ଟେଣ୍ଡର ଲାଇସେନ୍ସ ଫିସ୍ ଛାଡ କରିଥିବା କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ରହିଛି କି ଦିଲ୍ଲୀ ସରକାର ଏଭଳି କରି ମଦ ଡିଲରମାନଙ୍କୁ ଲାଭ ପହଂଚାଇଛନ୍ତି। ଏହାସହ ଏଥିରୁ ମିଳିଥିବା କମିଶନ ଟଙ୍କାକୁ ଆମ୍ ଆଦମୀ ପାର୍ଟି ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିଥିବା କଥା ଅଭିଯୋଗ ରହିଛି।

Leave A Reply

Your email address will not be published.