Odisha Link
Bridging the Missing Links in Odisha

ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ଝଡ଼ବର୍ଷାର ଆଶଙ୍କା

ଅନ୍ୟପଟେ ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଥିବାବେଳେ ଅନ୍ୟପଟେ ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଂଜ, କୋରାପୁଟ, ରାୟଗଡ଼ାକୁ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ଷା ପବନ ନେଇ ୱାର୍ଣ୍ଣିଂ ଜାରି କରାଯାଇଥିଲା। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କଟକକୁ ୱାର୍ଣ୍ଣିଂ ଜାରି କରାଯାଇଅଥିଲା। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦-୫୦ କିମି ପବନ ବହିବା ସମ୍ଭାବନା।

ଅନ୍ୟପଟେ, ଗତକାଲି ଦିନ ୨ଟା ୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ସେହିଭଳି ଭୁବନେଶ୍ବର ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ବାଲେଶ୍ବରରେ ୩୪.୨, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୩.୬, ପୁରୀରେ ୩୩.୮ ଡିଗ୍ରୀ, ପାରାଦୀପରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

Leave A Reply

Your email address will not be published.